ଗୋରୁ ବୋଝେଇ ଚଉଦ ଚକିଆ ଟ୍ରକ ଜବତ.. 39 ଟି ବଳଦ ଉଦ୍ଧାର ଦୁଇଟି ମୃତ .. ସୂଚନା ମୁତାବକ ପୂର୍ବରୁ ସୋମବାର ବିଳମ୍ବିତ ରାତିରେ ଏକ ବେଆଇନ୍ ଗୋରୁ ଗାଡି ଜବତ ହୋଇ 32 ଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ପୁର୍ନବାର ଗୁରୁବାର ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ସୁକିନ୍ଦା ଗୋଶାଳା ଏବଂ ବଜରଙ୍ଗ ଦଳ କାର୍ଯ୍ୟକର୍ତାଙ୍କ ମିଳିତ ଉଦ୍ୟମରେ ଆଉ ଗୋଟିଏ ଗୋରୁ ବୋଝେଇ ଗାଡିକୁ ଜବତ କରି ସୁକିନ୍ଦା ପୋଲିସର ଜିମା ଦେଇଥିବା ବେଳେ ଘଟଣା ସ୍ଥଳରୁ ଅନ୍ୟ ଦୁଇଟି ଗୋରୁ ବୋଝେଇ ଟ୍ରକ ଖସି ପଳାଇବାରେ ସଫଳ ହୋଇଥିଲେ । . ଘଟଣା ସ୍ଥଳରେ ଗୋରୁ ମାଫିଆ ମାନେ ଗୋରକ୍ଷକଙ୍କୁ ମରଣତ୍ମକ ଆକ୍ରମଣ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏ ନେଇ ସୁକିନ୍ଦା ଥାନାରେ ବଜରଙ୍ଗ ଦଳ ପକ୍ଷରୁ ଲିଖିତ ଅଭିଯୋଗ ହେଇଛି । ସକାଳୁ ଗୋରୁ ବୋଝେଇ ଟ୍ରକ ଟିକୁ ସୁକିନ୍ଦା ଗୋଶାଳାକୁ ନିଆଯାଇ ସେଠାରେ ଜୀବିତ ଅବସ୍ଥା ରେ 39 ଟି ବଳଦଙ୍କୁ ଉଦ୍ଧାର କରାଯାଇ ଥିବା ସେଥି ମଧ୍ୟରୁ ଦୁଇଟି ମୁତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି । ସମସ୍ତ ଗୋରୁଙ୍କ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଗୋମାତା ଉଦ୍ଧାର ସମୟରେ ଗୁରୁବାର ବିଳମ୍ବିତ ରାତିରେ ଗୋ ମାଫିଆ ମାନେ ତିନୋଟି ଗାଡିରେ ଆସି ଗୋ ରକ୍ଷକଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋମାଫିଆ ମାନଙ୍କୁ ଗୋଡାଇଥିଲା ପରେ ଗୋ ମାଫିଆ ମାନେ ଘଟଣାସ୍ଥଳରୁ ତିନୋଟି ଗାଡିରେ ଦୃତ ଗତିରେ ପାର ହୋଇଯାଇଥିଲେ । ପ୍ରତିଦିନ ସୁକିନ୍ଦା 53 ନଂ ଜାତୀୟ ରାଜପଥ ଦେଇ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଏବଂ ୱେଷ୍ଟ ବେଙ୍ଗଲକୁ ଗୋରୁ ଚୋରା ଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ମଧ୍ୟ ହେଉଛି । ଆଗାମୀ ଦିନରେ ଯଦି ଏହି ଚୋରା ଗୋରୁ ଚାଲାଣ ବନ୍ଦ ନହୁଏ କିମ୍ବା ସ୍ଥାନୀୟ ପୋଲିସ ତରଫରୁ ସମ୍ପୃକ୍ତ ଗୋରୁ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଆଗାମୀ ଦିନରେ ଏହାର ଦୃଢ଼ ବିରୋଧ କରାଯିବ ବୋଲି ଗୋଶାଳା କାର୍ଯ୍ୟକର୍ତା ଏବଂ ବଜରଙ୍ଗ ଦଳ ତରଫ ରୁ ଚେତାବନୀ ଦିଆଯାଇଛି । ଅନ୍ୟପଟରେ ଉଦ୍ଧାର ହୋଇଥିବା ସମସ୍ତ ବଳଦଙ୍କୁ ସ୍ଥାନୀୟ ଗୋଶାଳା କାର୍ଯ୍ୟକର୍ତାଙ୍କୁ ପୋଲିସ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।