ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ସହରରେ ଦିନକୁ ଦିନ ଗଞ୍ଜେଇ ବେପାରୀଙ୍କ ଆଡ୍ଡା ଜମିବାରେ ଲାଗିଛି । ଅବକାରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମାଗୁଛନ୍ତି ଗଞ୍ଜେଇ ବେପାରୀ ଗଞ୍ଜେଇ ପିଇ ପୈ।ରାଞ୍ଚଳକୁ ଧୁଆଁ ମୟ କରିବା ସହ ବିଭିନ୍ନ ପ୍ରକାର ଖରାପ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଗଞ୍ଜୋଡ ମାନେ । ଯେତେ ଥର ଧରା ପଡିଲେ ବି ସେମାନଙ୍କ ସାହସ ଆହୁରି ବଢ଼ି ବଢ଼ି ଚାଲିଛି l “ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ ” l ହଁ ଦର୍ଶକ ବନ୍ଧୁ ଟିକେ ଭଲ ଭାବରେ ଦେଖନ୍ତୁ ଏ ହେଉଛନ୍ତି ସେଇ ବାବୁ ମହାଶୟ ଯିଏ କି ରାଜଗାଙ୍ଗପୁର ସହରକୁ ଗଞ୍ଜେଇରେ ମତୁଆଲା କରୁଛନ୍ତି l ତେବେ ଏ ଅସାଧୁ ଜଣକ ମଧୁସୂଧନ କଲୋନୀ ସଂଲଗ୍ନ ରାଧାକୃଷ୍ଣ ମନ୍ଦିର ନିକଟରେ ରହୁଥିବା କିଶୋର କୁମାର ସାହୁ ବୋଲି ଜଣାପଡ଼ିଛି l କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳୁ ଅବକାରୀ ଅଧିକାରୀ ନିଜର ସହକର୍ମୀମାନଙ୍କୁ ନେଇ ଗଞ୍ଜେଇ ବେପାରୀକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ l ଗିରଫ ପରେ ତାଙ୍କ ଠାରୁ ଏକ କେଜି ସହେ ଗ୍ରାମ ଗଞ୍ଜେଇ ଜବତ ହୋଇଥିବାର ଜଣାପଡିଛି l ଅଭିଯୁକ୍ତଙ୍କୁ ଗିରଫ କରି କୋଟ ଚାଲାଣ କରାଯାଇଛି l ଏବେ ଗଞ୍ଜେଇ ବେପାରୀଙ୍କ ଉପରେ କଡା ନଜର ରଖିଥିବା ଦେଖିବାକୁ ମିଳୁଛି l