ଭଦ୍ରକ ଜିଲ୍ଲା ରାଜନୀତିରେ ପିତାମହ ଭୀଷ୍ମ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀଙ୍କ ନାମ ଫଳକ କୁ ରଙ୍ଗ ବୋଳିଦେବା ଏବଂ ସମ୍ମୁଖରେ ଖମ୍ବ ନିର୍ମାଣକୁ ନେଇ ଅସନ୍ତୋଷ ଦେଖାଦେଇଛି।ଏହି ଜିଲା ଆଗରପଡା କୃଷ୍ଣ ଚରଣ ବିଦ୍ୟାମନ୍ଦିର ର ପୂରାତନ ଛାତ୍ର ସ୍ୱର୍ଗତ ଅର୍ଜୁନ ଚରଣ ସେଠି।ଗତ ୨୦୧୭ ମସିହା ଫାଇଲିନ ବାତ୍ୟାରେ ସ୍କୁଲ ଗୃହ ଭାଙ୍ଗି ରୁଜି ଯାଇଥିଲା।ସେତେବେଳେ ଶ୍ରୀ ସେଠି ସାଂସଦ ପାଣ୍ଠିରୁ ସ୍କୁଲ ଗୃହ ନିର୍ମାଣ ପାଇଁ ଏକ କୋଟି ଦଶ ଲକ୍ଷ ଟଙ୍କା ଦେଇଥିଲେ।ପରେ ନାମଫଳକ ଭିତ୍ତିପ୍ରସ୍ତର ପୂର୍ବକ ଶୁଭ ଦିଆଯାଇଥିଲା। ପରବର୍ତି ସମୟରେ ଠିକାଦାର ଓ ବିଦ୍ୟାଳୟ କତୃପକ୍ଷ ଫଳକ କୁ ରଙ୍ଗ ବୋଳି ସମୁଖ ରେ ଖମ୍ବ ନିର୍ମାଣ କରିଛନ୍ତି ।ଯାହାକୁ ନେଇ ଆଜି ବୁଦ୍ଧିଜିବୀ ,ରାଜନେତା ଓ ପୁରାତନ ଛାତ୍ର ମାନେ ପ୍ରଧାନ ଶିକ୍ଷକଙ୍କୁ ଘେରିଥିଲେ।ପୂରାତନ ଛାତ୍ର ହେମନ୍ତ ସିଂହଙ୍କ ଆବାହକତ୍ବ ରେ ବିଜେପି ନେତା ଅମୁଲ୍ଯ ରତ୍ନ ନନ୍ଦ, ଆଇନଜିବୀ ମନୋଜ ରାୟ,ବରିଷ୍ଠ ନାଗରିକ କୈଳାସ ଚନ୍ଦ୍ର ଧଳ, ରଞ୍ଜନ ଦାସ,ବିଜେପି ନେତା ଗୋପାଳକୃଷ୍ଣ ଦାଶ, ଅଶୋକ ପରିଡା,ପୁରାତନ ଛାତ୍ର ତଥା ବରିଷ୍ଟ ନାଗରିକ ଫକିର ଚରଣ ବାରିକ, ଗୋଲକ ପୃଷ୍ଟି,ବିଜୟ ମହତାବ, ଚିତ୍ତରଞ୍ଜନ ସାମନ୍ତରାୟ,ପିତାମ୍ବର ପତି,ଶାନ୍ତିଲତା ଆଚାର୍ଯ୍ଯ, ଆଇନଜିବୀ ଚିନ୍ମୟ ମହାପାତ୍ର ପ୍ରମୁଖ ବିଦ୍ୟାମନ୍ଦିର ଯାଇ ଫଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ପ୍ରଧାନ ଶିକ୍ଷକଙ୍କ ମନ ମାନିକୁ ନିନ୍ଦା କରିଥିଲେ।ପ୍ରଧାନ ଶିକ୍ଷକ ଆସନ୍ତା ଦୁଇଦିନ ମଧ୍ଯରେ ଫଳକ ସମ୍ମୁଖରୁ ଖମ୍ବ ଉଠାଇବା ସହ ପୁର୍ନବାର ଫଳକ ବସାଇବା ନେଇ ପ୍ରତିଶୃତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା ।ସୁଭେନ୍ଦୁ ବେହେରା,ଶିବ ସିଂହ, ହରିହର ନାୟକ,ସୁବାଷ ସାହୁ,ଜୟକୃଷ୍ଣ ସାହୁ,ବ୍ରଜକିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ।