ସୋରଡ଼ା ବ୍ଲକ ସିଦ୍ଧପୁର ପଂଚାୟତ ର ଦାନ୍ତରି ନାଳ ଗ୍ରାମରେ ମଙ୍ଗଳବାର ମଧ୍ୟ ରାତ୍ର ରେ ଗୋଟିଏ ଦନ୍ତା ହାତୀ ପଶି ଗ୍ରାମର ସୋମନାଥ ମଣ୍ଡଳ, ପର୍ଶୁରାମ ମଣ୍ଡଳ ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି I ରାତିରେ ସମସ୍ତେ ଶୋଇଇଥିବା ବେଳେ ଏପରି ହାତୀ ଆକ୍ରମଣ ରେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି I ଉଭୟ ପରିବାର ର ସମସ୍ତ ଆସବାବ ପାତ୍ର କୁ ଡାଳିଚକଟି ନଷ୍ଠ କରିଦେଇଥିବା ଗ୍ରାମର ବିଭୁ ବଡ଼ରଇତ କହିଛନ୍ତି I ଗରିବ ପରିବାର ଦୃଷ୍ଟିରୁ ସରକାରୀ ସହାୟତା ପାଇଁ କମ୍ୟୁନିଷ୍ଟ ନେତା ବିଭୁ ପ୍ରସାଦ ପାଣିଗ୍ରାହୀ ଅନୁରୋଧ କରିଛନ୍ତି l