ପୁନଶ୍ଚ ଫୁଟିଲା ଗୁଳି ସେକ୍ଟର ଅଞ୍ଚଳରେ. ବାଲି ମାଫିଆଙ୍କ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ. ଗୁରୁତର ଅବସ୍ତାରେ ଆଇଜିଏଚରେ ଭର୍ତ୍ତି. ରାଉରକେଲା ସହର ସଂଲଗ୍ନ ସେକ୍ଟର ୪ ଅଞ୍ଚଳରେ ଘଟିଯାଇଛି ଗୁଳିକାଣ୍ଡ । ଉକ୍ତ ଅଞ୍ଚଳର ଏ ବ୍ଲକ ଅଞ୍ଚଳରେ ଅଜଣା ମୁଖା ପିନ୍ଧା ଦୁର୍ବୁର୍ତ୍ତ ମାନେ ଚଳନ୍ତା କାର ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଏଥିରେ ବିଜୟ ଲାକ୍ରା ନାମକ ବ୍ୟକ୍ତିଙ୍କ କାନପଟିରେ ବାଜିଛି ଗୁଳି । ଗୁରୁତର ଅବସ୍ତାରେ ତାଙ୍କୁ ଚିକିତ୍ସା ପାଇଁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବଶତୃତାକୁ ନେଇ ଘଟିଛି ଗୁଳିକାଣ୍ଡ । ବିଜୟ ଲାକ୍ରାଙ୍କର ସେକ୍ଟର ୪ ଓ କୁଆଁରମୁଣ୍ଡା ଉଭୟ ସ୍ଥାନରେ ଘରଅଛି । ତେବେ ବାଲୁଘାଟର ପୂର୍ବ ସମସ୍ୟାକୁ ନେଇ ହୋଇଛି ବିଚ୍ ରାସ୍ତାରେ ଗୁଳିକାଣ୍ଡ । ଖବର ପାଇ ଘଟଣାସ୍ଥଳରେ ପୋଲିଶ ପହଞ୍ଚି ବିଭିନ୍ନ ପ୍ରକାର ଯାଞ୍ଚ କରିବା ସହ ଗୁଳି ଚଳାଇଥିବା ଦୁର୍ବୁର୍ତ୍ତଙ୍କୁ ଧରିବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି ପୋଲିଶ । ତଦନ୍ତ ପରେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ । ତେବେ ବିଜୟ ଲାକ୍ରା ନିଜ ବୟାନରେ କହିଛନ୍ତି ଆଗରୁ ବାଲୁଘାଟକୁ ନେଇ ଝଗଡ଼ା ହୋଇଥିଲା ସେତେବେଳେ ସନ୍ଦିପ ମିଶ୍ରା ମତେ ଧମକ ଦେଇଥିଲା ସେ ହିଁ ଏହି କାଣ୍ଡ କରାଇଛି ।