ପାତ୍ରପୁର ବ୍ଲକ NNS ଓଡ଼ିଆ ପ୍ରତିନିଧି ସନ୍ତୋଷ କୁମାର ପଣ୍ଡାଙ୍କୁ ବୁଧବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ବିଷୟରେ ଜରଡ଼ା ଥାନାରେ ସାମ୍ବାଦିକଙ୍କ ମାଆ କନକ ଦେବୀ ଅଭିଯୋଗ କରିବା ପରେ ଜରଡ଼ା ପୁଲିସ ୩ ଆକ୍ରମଣକାକାରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଅନ୍ୟ ଅଭିଯୁକ୍ତଙ୍କ ସହ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଏତଲା ମୁତାବକ ସାମ୍ବାଦିକ ସନ୍ତୋଷ ପଣ୍ଡାଙ୍କ ଭାଇ ସୁଶାନ୍ତ ବାହାଘର ଭୋଜି ଭିଡିଓ ସୁଟ୍ ସାରି ରାତି ୧୧. ୩୦ ସମୟରେ ଘରକୁ ଫେରୁଥିଲେ । ସେହି ସମୟରେ ପାତ୍ରପୁର ଅଗ୍ନିଶମ ବିଭାଗ ପାଖରେ ପ୍ରାୟ ୧୨ ରୁ ୧୫ ଜଣ ଅସାମାଜିକ ଯୁବକ ସୁଶାନ୍ତଙ୍କୁ କାବୁ କରି ଗାଳିଗୁଲଜ କରି ତୋ ସାମ୍ବାଦିକ ହୋଇଥିବା ଭାଇ ସନ୍ତୋଷଙ୍କୁ ଡାକିବା ପାଇଁ ଧମକ ଚମକ ଦେଇଥିଲେ। ଅସାମାଜିକଙ୍କ ଧମକରେ ଭୟଭୀତ ହୋଇ ସୁଶାନ୍ତ ଫୋନ କରିବାରୁ ସାମ୍ବାଦିକ ସନ୍ତୋଷ ରାତିରେ ଅଗ୍ନିଶମ ଅଫିସ ପାଖକୁ ପହଂଚିଥିଲେ। ତତକ୍ଷଣାତ ଦେଇ ସାମ୍ବାଦିକ ଉକ୍ତ ଅସାମାଜିକ ଯୁବକମାନେ ଭାଇ ସୁଶାନ୍ତକୁ ଛାଡି ସନ୍ତୋଷଙ୍କୁ ଖବର କାହିଁକି ପ୍ରସାରଣ କରୁଛ ବୋଲି ଅସଭ୍ୟ ଭାଷାରେ ଗାଳି ଦେଇ ବନ୍ଧୁକ, ଠେଙ୍ଗା, କାତିରେ ମରଣାନ୍ତକ ଆକ୍ରମଣ କରି ପଳାଯାଇଥିଲେ ବୋଲି ଏତଲା ରେ ଉଲ୍ଲେଖ ରହିଛି। ପୁଲିସ ଖବର ପାଇ ଆକ୍ରମଣରେ ରେ ଆହତ ସାମ୍ବାଦିକ ସନ୍ତୋଷଙ୍କୁ ମେଡିକାଲ ନେଇଥିଲେ। ଏ ସମ୍ପର୍କ ରେ ଜରଡ଼ା ଥାନାରେ ସାମ୍ବାଦିକଙ୍କ ପରିବାର ପକ୍ଷରୁ ଏତଲା ଦେଇଛନ୍ତି। ଏତଲା ପାଇ ପୁଲିସ ୫୫/୨୫ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ପାତ୍ରପୁରର ଯତୀନ ସାହୁ, ଶିବଶଙ୍କର ମହାନ୍ତି, ରାଜୀବ ପଟ୍ଟନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆକ୍ରମଣ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନେ ଫେରାର ଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଜରଡା ଥାନା ପୋଲିସ ଏ ଏସ୍ ଆଇ ସୁରେଶ ଚନ୍ଦ୍ର ମୁର୍ମୁ ଅଧିକ ତଦନ୍ତ ଚଳାଇଥିବା ସହ ଅତିଶିଘ୍ର ମୁଖ୍ୟ ଅଭିଯୁକ୍ତ ସହ ଘଟଣାରେ ସଂପୃକ୍ତ ଥିବା ସମସ୍ତ ବ୍ୟକ୍ତି ଙ୍କୁ ଧରାଯିବ ବୋଲି କହିଛନ୍ତି ।