ନୂଆଦିଲ୍ଲୀ: ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ପୁସ୍ତକ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ। ଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଇଣ୍ଟରନାସନାଲ ସେଣ୍ଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ବହିର ଅନାବରଣ କରାଯାଇଛି। ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ଏହି ପୁସ୍ତକଟିକୁ ଶଙ୍କରଲାଲ୍ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି। ମହତାବ ଏ ଭଳି ଜଣେ ବ୍ୟକ୍ତି, ଯିଏ ଇତିହାସ ସୃଷ୍ଟି କରିଛନ୍ତି, ଇତିହାସ ଦେଖିଛନ୍ତି ଓ ଇତିହାସ ଲେଖିଛନ୍ତି। ବାସ୍ତବିକ ଏଭଳି ଐତିହାସିକ ବ୍ୟକ୍ତିତ୍ୱ ଖୁବ୍ ବିରଳ। ଏଭଳି ମହାପୁରୁଷ ସ୍ୱଂୟ ଇତିହାସର ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ରଚିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦିତ ପୁସ୍ତକ ଉନ୍ମୋଚନ କରି କହିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ରଚିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦିତ ପୁସ୍ତକ ଉନ୍ମୋଚନ କରି କହିଛନ୍ତି ଯେ ଇତିହାସ କେବଳ ଅତୀତର ଅଧ୍ୟାୟ ନୁହେଁ, ଭବିଷ୍ୟତ ପାଇଁ ଏକ ଦର୍ପଣ। ଏହି ଧାରଣାକୁ ଆଗରେ ରଖି ଆଜି ଅମୃତ ମହୋତ୍ସବରେ ଦେଶ ସ୍ୱାଧୀନତାର ଇତିହାସକୁ ନବୀକରଣ କରୁଛି। ଏହି ପରିପ୍ରେକ୍ଷିରେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବର୍ଷରେ ଏହି ‘ଓଡ଼ିଶା ଇତିହାସ’ ବହିଟି ହିନ୍ଦୀରେ ପ୍ରକାଶିତ ହୋଇଛି। ଡକ୍ଟର ହରେକୃଷ୍ଣ ମହତାବ ହେଉଛନ୍ତି ଏଭଳି ବ୍ୟକ୍ତିତ୍ୱ ଯିଏ ଇତିହାସ ସୃଷ୍ଟି କରିଛନ୍ତି, ଆଉ ଇତିହାସ ଲେଖିଛନ୍ତି। ଏପିରି ମହାନ ବ୍ୟକ୍ତିମାନେ ଇତିହାସର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ସେ ଜଣେ ଅନନ୍ୟ ନେତା ଯିଏ ଦେଶର ସ୍ୱାଧୀନତା ରକ୍ଷା କରିବା ସହିତ ଗଣତନ୍ତ୍ର ପାଇଁ ଜେଲ ଯାଇଥିଲେ।