15ତମ ଋଷିକୁଲ୍ୟା ଟି 20 କ୍ରିକେଟ ଟୁର୍ନାମେଣ୍ଟ ରବିବାର ଶଶୀଭୁଷଣ ଖେଳ ପଡିଆ ରେ ଶୁଭାରମ୍ଭ ହୋଇଛି I ଋଷିକୁଲ୍ୟା କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ଏହି ଶୁଭାରମ୍ଭ ଦିବସରେ ମୁଖ୍ୟ ଅତିଥି ଭାବେ ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ କ୍ରୀଡା ପ୍ରେମୀ ମାନଙ୍କୁ କ୍ରୀଡା ର ମହତ୍ୱ ତଥା ଶରୀର ଓ ମନ ର ସୁସ୍ଥତା ପାଇଁ ଖେଳ କୁଦ ର ଆବଶ୍ୟକତା ଉପରେ କହିଥିଲେ I ସାନମାନିତ ଅତିଥି ନଗରପାଳ ଶିବ ଶଙ୍କର ପଣ୍ଡା,ସମାଜ ସେବୀ ଲଷ୍ମୀ ଚରଣ ପଣ୍ଡା, ଭି ଜଗଦୀଶ ରାଜୁ ଓ ସମସ୍ତ କାଉନସିଲର ଯୋଗ ଦେଇଥିଲେ I ରଜନୀକାନ୍ତ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ସତ୍ୟ ପଟନାୟକ,ସନ୍ତୋଷ ମହାରଣା ସମେତ ସମସ୍ତ ସଦସ୍ୟ ଯୋଗ ଦେଇ ପରିଚାଳନା କରିଥିଲେ l ଅଂଚଳ ର କ୍ରିକେଟ ପ୍ରେମୀ, ବନ୍ଧୁ ବତ୍ସଳ ତଥା ମେଳାପୀ ଯୁବକ ରାଜେଶ କୁମାର ପଣ୍ଡା ( ବଣ୍ଟି ) ଙ୍କ ସ୍ମୃତି ଉଦେଶ୍ୟ ରେ ଏହି ଟୁର୍ନାମେଣ୍ଟ କୁ ଉତ୍ସର୍ଗ କରାଯାଇଥିଲା I ପ୍ରଥମ ଦିନ ରେ ଆସ୍କା ସହ ମୁଜାଗଡ଼ ଦଳ ର ଖେଳ ଅନୁଷ୍ଠିତ ହୋଇଥିଲା l