କଂଗ୍ରେସକୁ ଫେରିଲେ ସୁର । ସମସ୍ତଙ୍କ ଉପରୁ ନିଲମ୍ବନ ଉଠିବା ପରେ କଂଗ୍ରେସ ଭବନକୁ ଆସିଲେ ସୁର । ଦୀର୍ଘ ୯ ମାସ ପରେ ଘର ବାହୁଡା ସୁରେଶ ରାଉତରାୟ । ଘରକୁ ପଶିଲା ବେଳେ ନଡିଆ ବାଡେଇ ଭାବବିହ୍ୱଳ ହୋଇ ପ୍ରବେଶ କରିଛନ୍ତି ସେ । କଂଗ୍ରେସ ଅଧ୍ୟକ୍ଷ ଏବଂ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁର । ତାଙ୍କ ସହ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ବି କଂଗ୍ରେସ ଭବନରେ ଦେଖିବାକୁ ମିଳିଛନ୍ତି । ଯୁବ କଂଗ୍ରେସକୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ସୁର । କଂଗ୍ରେସକୁ ପୁଣି ସୁଦୃଢ କରିବାକୁ ସେ ସବୁ କଂଗ୍ରେସ ନେତାଙ୍କୁ ଆହ୍ୱାନ ଦେଇଛନ୍ତି । ନେହେରୁ ପରିବାରଙ୍କର ନୀତି ଆଦର୍ଶରେ ସେ ସବୁବେଳେ ଥିଲେ ଓ ଆଗକୁ ବି ରହିବେ ବୋଲି ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସର ନୂଆ ପିସିସି ସଭାପତି ଘୋଷଣା ହେବା ପରେ ୭୦ ଦଶକର କଂଗ୍ରେସ ସଦସ୍ୟ ସୁର ରାଉତରାୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସଭାପତିଙ୍କୁ ସମ୍ବର୍ଦ୍ଧନା ଦେବେ ବୋଲି କହିଛନ୍ତି ବ୍ଲକ୍ , ପଞ୍ଚାୟତ, ମୁନିସିପାଲଟିରେ ସଂଗଠନ ସଜାଡି ଦଳକୁ ସୁଦୃଢ କରିବେ ବୋଲି ମତ ଦେଇଛନ୍ତି ସୁରେଶ ରାଉତରାୟ ।
ତେବେ ୯ ମାସ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ କଂଗ୍ରେସରୁ ନିଲମ୍ବିତ କରା ଯାଇଥିଲା । କିନ୍ତୁ ନିଲମ୍ବନ ପରେ ବି ସୁର କହିଥିଲେ ନିଲମ୍ବନ କ’ଣ ସେ ଜାଣି ନାହାନ୍ତି ସେ ପୂର୍ବରୁ ବି କଂଗ୍ରେସରେ ଥିଲେ ଆଜି ବି ଅଛନ୍ତି ଏବଂ ମରିବେ ବି କଂଗ୍ରେସରେ ।