ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । ଏହା ପୂର୍ବରୁ ଆଜି ସରିଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଆସନ୍ତାକାଲି ଗୃହକୁ ପରିଚାଳନା କରିବା ନେଇ ଆଲୋଚନା କରିଛନ୍ତି ବାଚସ୍ପତି । ଏଥର ଦୁଇଟି ପର୍ଯ୍ୟାୟରେ ହେବ ବଜେଟ ଅଧିବେଶନ । ଏହି ବୈଠକରେ ବିଧାନସଭା ସୁରୁଖୁରୁରେ ଚାଲିବା ନେଇ ହୋଇଛି ଆଲୋଚନା । ଏନେଇ ଆଲୋଚନା ହୋଇଥିବା କହିଲେ ବାଚସ୍ପତି ସୁରମା ପାଢୀ । ଚଳିତ ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟଦିବସ ରହିଥିବା ନେଇ ସୂଚନା ମିଳିଛି । ତେବେ ଆସନ୍ତା ୧୭ ତାରିଖରେ ବଜେଟ ଉପସ୍ଥାନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ଚଳିତବର୍ଷ ବିଧାନସଭା ହେବ ପେପରଲେସ । ବିନା ପେପରରେ ଟ୍ୟାବ ମାଧ୍ୟମରେ ଚାଲିବ ବିଧାନସଭା କାର୍ଯ୍ୟ । ଏନେଇ ସମସ୍ତ ବିଧାୟକଙ୍କ ସିଟରେ ଟ୍ୟାବ ଲଗାଯାଇଥିବା ନେଇ ସୂଚନା ମିଳିଛି । ତେବେ ଦୀର୍ଘ ଦିନ ଧରି ବଧାନସଭାକୁ ଡିଜିଟାଇଜେସନ କରିବାକୁ ଚିନ୍ତା କରାଯାଉଥିଲା । ଏବଂ ଆଜି ପେପରଲେସ ବିଧାନସଭା ଉଦଘାଟନ ହୋଇଛି ବୋଲି କହିଛନ୍ତି ବାଚସ୍ପତି ।