ଖ୍ରୀଷ୍ଟ ଧର୍ମବଲମ୍ବୀ ମାନଙ୍କ ପ୍ରସିଦ୍ଧ ଲୁର୍ଦୁ ମେରୀ ପର୍ବ ପରମ୍ପରା କ୍ରମେ 2 ତାରିଖ ରବିବାର ଶୁଭାରମ୍ଭ ହୋଇ 11 ତାରିଖ ଉଦଯାପିତ ହୋଇଛି lପ୍ରଥମ ଦିନରେ ନନ୍ଦିନୀ ପ୍ରାର୍ଥନା ଅନୁଷ୍ଠିତ ହୋଇଥିବା ବେଳେ ସର୍ବୋଚ୍ଚ ଧର୍ମ ଗୁରୁ ପୋପ ଫ୍ରାଞ୍ଚସ ଚଳିତ ବର୍ଷ କୁ ମଦର ମେରୀ ଙ୍କ ପୁତ୍ର ଯୀଶୁ ଙ୍କ ଜନ୍ମ ର ରୌପ୍ୟ ଜୟନ୍ତୀ ବର୍ଷ ରୂପେ ଘୋଷଣା କରିଛନ୍ତି l ଉଦଘାଟନ କାର୍ଯ୍ୟକ୍ରମ ରେ ପର୍ବ ପରିଚାଳନା କମିଟି ସଂଯୋଜକ ଫାଦର ଜୋସେଫ ଭାଲିଆ ପାରମ ଭୀଲ ଦିବ୍ୟ ଯଞ୍ଜ ଅର୍ପଣ କରିଥିଲେ l ମୁଖ୍ୟ ଯାଜକ କବିରାଜ ବସ୍ତରାୟ ପତ୍ତାକା ଉତ୍ତୋଳନ କରିଥିଲେ ଫାଦର ଗଜେନ୍ଦ୍ର ମଲିକ, ଜୁସମନ ବିଷୋୟୀ ସହଯୋଗ କରିଥିଲେ l ବିଭିନ୍ନ ପ୍ରାନ୍ତ ରୁ 2000 ରୁ ଊର୍ଦ୍ଧ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ଶୁଭାରମ୍ଭ ଦିବସ ରେ l ସୂଚନା ଯୋଗ୍ୟ ଯେ ଖୃଷ୍ଟ ଧର୍ମାବଲମ୍ବି ଙ୍କ ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବ ସୋରଡା ବ୍ଲକ ଅସୁରବନ୍ଧ ପଞ୍ଚାୟତ ର ଦାନ୍ତଲିଙ୍ଗି ରେ ପ୍ରତିବର୍ଷ ଅନୁଷ୍ଠିତ ହୁଏ। ଗଞ୍ଜାମ ,ଗଜପତି ,କନ୍ଧମାଳ ତଥା ରାଜ୍ୟର ବିଭିର୍ଣ୍ଣ ପ୍ରାନ୍ତରୁ ଶ୍ରଦ୍ଧାଳୁ ମାନେ ପହଞ୍ଚିବା ଆରମ୍ଭ କରିଛନ୍ତି । ୨ ତାରିଖରୁ ନବାହ୍ନ ଉପାସନା ଆରମ୍ଭ ହୋଇଥିଲା ବେଳେ ୯ ତାରିଖରୁ ୧୧ ତାରିଖ ୩ ଦିନ ଏଠାରେ ପ୍ରବଳ ସମାଗମ ହୋଇଥିଲା । ଏହିଦିନରେ ସକାଳୁ ରାତି ପର୍ଯ୍ୟନ୍ତ ଉପାସନା ,ଶାନ୍ତି ବାର୍ତ୍ତା ପ୍ରଦାନ ,ବିଶ୍ଵଶନ୍ତି ପ୍ରାର୍ଥନା ,ସାମୁହିକ ସଙ୍ଗୀତ ,ସାଂସ୍କୃତିକ ନୃତ୍ୟ ,ଶୋଭାଯାତ୍ରା ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ନଅ ଅଙ୍କ ଦୁର୍ଭିକ୍ଷ ସମୟରେ ଜନସାଧାରଣ ଭୋକ ଉପବାସ ରେ ଛଟପଟ ହେଉଥିବା ବେଳେ ଏଠାକାର ପାହାଡ ରେ ଲୁର୍ଦୁମାତା ଆବିର୍ଭାବ ହୋଇଥିବା ସମସ୍ତ ଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିବା କିମ୍ବଦନ୍ତୀ ରହିଛି । ସେହିଦିନ ଠାରୁ ପ୍ରତିବର୍ଷ ଏଠାରେ ଫେବୃଆରୀ ମାସର ଏହିଦିନରେ ପର୍ବ ପାଳନ କରାଯାଉଛି । ଯାତ୍ରା ରେ ଲକ୍ଷାଧିକ ସମାଗମ ହେଉଥିବା ବେଳେ ଏଥିରେ ସବୁ ଧର୍ମର ବ୍ୟକ୍ତି ଯୋଗ ଦେବାର ପରମ୍ପରା ରହି ଆସିଛି । ଘରକରଣା ,ପୋଷାକ ,ଚପଲ ,ସବୁ ଧର୍ମ ରା ଦେବାଦେବୀ ମୁର୍ତୀ ,ରୋଷେଇ ସାମଗ୍ରୀ ,ଖେଳଣା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଦ୍ରବ୍ଯ ବିକ୍ରି ପାଇଁ ସବୁଧର୍ମର ବ୍ୟବସାଇ ପସରା ମେଲାଇ ବସିଥିଲେ । ସୋରଡ଼ା ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା