ଭାରସାମ୍ୟ ହରାଇ କେନାଲରେ ପଡିଲା କାର, ଅଳ୍ପକେ ବର୍ତିଲେ ଚାଳକ. ନୂଆପଡା ଜିଲ୍ଲା ପତୋରା ମୁଖ୍ୟ କେନାଲରେ ଏକ କାର ଭାରସାମ୍ୟ ହରାଇ ତଳକୁ ଖସି ପଡିଛି ।ଯାହା ଫଳରେ କାରଟି ୫ ଶହରୁ ୭ ମିଟର ପର୍ଯ୍ୟନ୍ତ କେନାଲ ପାଣିରେ ଭାସି ଯାଇଥିଲା । କାର ଭିତରେ ଚାଳକ ଜଣେ ମାତ୍ର ବସିଥିବା ବେଳେ ତାଙ୍କର ଉପସ୍ଥିତି ବୁଦ୍ଧି ଯୋଗୁଁ କାଚ ଭାଙ୍ଗି ବାହାରକୁ ବାହାରି ଅଳ୍ପକେ ବର୍ତ୍ତି ଯାଇଥିଲେ ।ଅପରପକ୍ଷରେ ପାଣିରେ ଥିବା କାରକୁ ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଉଦ୍ଧାର କରି କାରକୁ ବାହାରକୁ ଅଣାଯାଇଛି ।ଏହି ଦୃଶ୍ୟ ଦେଖିବାକୁ ଅଂଚଳର ହଜାର ହାଜର ଲୋକ ଜମା ହୋଇ ଯାଇଥିଲେ ।