ସାରା ବିଶ୍ୱରେ ସୁନା ଦର ବଢିବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଟାରିଫ ଆକ୍ରମଣ ପର ଠାରୁ ଲାଗିଛି ସୁନା ବଜାରରେ ନିଆଁ । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ କୁ ୮୮ ହଜାର ପାର କଲାଣି । ଆଗକୁ ଏହା ୯୦ ହଜାର ହେବା ଆଶଙ୍କା କରା ଯାଉଛି । ନୂଆ ଦିଲ୍ଲୀରେ ଏବେ ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୮ ହଜାର ୫୦୦ ଟଙ୍କା ରହିଥିବା ବେଳେ ଭୁବନେଶ୍ୱରରେ ୮୭ ହଜାର ୭୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଓଡିଶାରେ ୮୦ ହଜାର ୬୦୦ ଟଙ୍କା ରହିଛି ।
ଟ୍ରମ୍ପଙ୍କ ଟ୍ରେଡ ୱାର ପାଇଁ ସୁନା ଦର ହୁ ହୁ ହୋଇ ବଢୁଛି । ଯାହାଦ୍ୱାରା ବିଶ୍ୱ ବଜାରରେ ଅନିଶ୍ଚିତତାର ର୍ତାବରଣ ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ର ଆଉନସ୍ ପିଛା ଦର ରେକର୍ଡ ୨୯୦୦ ଡଲାରରେ ପହଞ୍ଚିଛି । ଇସ୍ପାତ ଓ ଆଲୁମିନିୟମ ଉପରେ ୨୫ ପ୍ରତିଶତ ଟିକସ ଲଗାଇବାକୁ ଟ୍ରମ୍ପ ଘୋଷଣା କରିବା ପରଠୁ ସୁନା ମୂଲ୍ୟ ବଢିବାରେ ଲାଗିଛି । କେଉଁଠି ନା କେଉଁଠି ସୁନା ମହଙ୍ଗା ହେବା ପଛରେ ଟ୍ରମ୍ପଙ୍କୁ ଦାୟୀ କରା ଯାଉଛି । ଅନ୍ୟପଟେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ ସୁନା ଆମଦାନି ମହଙ୍ଗା ହୋଇଛି ।
ଚଳିତ ବର୍ଷ ସୁନା ମୂଲ୍ୟ ୧ ଲକ୍ଷ ଛୁଇଁପାରେ ବୋଲି ଆଶା କରାଯାଉଛି । ଯଦି ସୁନା ଦର ନ କମେ ତେବେ ଦୀପାବଳୀ ସୁଧା ସୁନା ମୂଲ୍ୟ ୧ ଲକ୍ଷ ଛୁଇଁପାରେ ବୋଲି ଆଶା କରା ଯାଉଛି ।