ବାଂଲାଦେଶରେ ବ୍ୟାପକ ହିଂସା । ଅନଲାଇନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭାଷଣ ପରେ ହିଂସା ବ୍ୟାପିଛି । ରାଜଧାନୀ ଢାକାରେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବର ରେହମାନଙ୍କ ବାସଭବନରେ ପ୍ରଦର୍ଶନକାରୀ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ହାସିନାଙ୍କ ଦଳ ଆୱାମୀ ଲିଗକୁ ବ୍ୟାନ କରିବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବାପା ତଥା ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ୍ ମୁଜିବୁର ରହମାନଙ୍କ ଘର ତଥା ମେମୋରିଆଲ୍ ମ୍ୟୁଜିୟମରେ ନିଆଁ ଲଗାଯିବା ସହ ଭଙ୍ଗାରୁଜା ହୋଇଛି। ବୁଧବାର ରାତିରେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଏକାଠି ହୋଇ ଫାଟକ ପଟେ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କହିବାକୁ ଗଲେ ହସିନାଙ୍କ ଏକ ଅନଲାଇନ୍ ଅଭିଭାଷଣକୁ ବିରୋଧ କରି ଏହି ହିଂସାକାଣ୍ଡ ହୋଇଛି। ହାସିନାଙ୍କ ଦଳ ଆୱାମୀ ଲିଗ୍ ବ୍ୟାନ୍ କରିବା ଦାବିରେ ବୁଲଡୋଜର୍ ଶୋଭାଯାତ୍ରା ପାଇଁ ସୋସିଆଲ ମିଡିଆରେ ଆହ୍ବାନ ଦେଇଥିଲେ ଆନ୍ଦୋଳନକାରୀ । ଏହାପରେ ବୁଲଡୋଜର ଚଢ଼ାଇ ମୁଜିବୁରଙ୍କ ବାସଭବନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ୭୭ ବର୍ଷୀୟା ଶେଖ୍ ହାସିନା ଗତବର୍ଷ ଅଗଷ୍ଟ ୫ରେ ଢାକା ଛାଡ଼ିବା ପରେ ଭାରତରେ ରହିଆସୁଛନ୍ତି । ବାଂଲାଦେଶରେ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି ।