ମାଟ୍ରିକ ପରୀକ୍ଷା ନେଇ ପ୍ରେସମିଟ କରିଛି ବୋର୍ଡ । ପରୀକ୍ଷା ନେଇ ୩୧୪ଟି ନୋଡାଲ ସେଣ୍ଟର କରାଯିବ । ପ୍ରତି ଜିଲ୍ଲାରେ ରହିବ ଗୋଟିଏ ଗୋଟିଏ ନୋଡାଲ ସେଣ୍ଟର । ୧୨ ତାରିଖରୁ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର । ୧୯ ତାରିଖ ସୁଦ୍ଧା ସବୁ କେନ୍ଦ୍ରରେ ପହଞ୍ଚିଯିବ ପ୍ରଶ୍ନପତ୍ର ।
ଏଥର ପରୀକ୍ଷା ଦେବେ ମୋଟ ୫ ଲକ୍ଷ ୧୦ ହଜାର ୭୭୮ ପରୀକ୍ଷାର୍ଥୀ । ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ହେବ । ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିବ ପରୀକ୍ଷା । www.bseodisha.ac.in ରେ ମିଳିବ ଆଡମିଟ୍ କାର୍ଡ । ୨୧ଟି ପୁଲିସ ଷ୍ଟେସନରେ ନୋଡାଲ ସେଣ୍ଟର ହେବ । ଗୋଟିଏ ସିଟିଂରେ ହେବ ସବୁ ପରୀକ୍ଷା । ସବୁ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହେବ ।
ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ନହେବା ପାଇଁ ପଦକ୍ଷେପ ନିଆଯାଇଛି । ପ୍ରତି ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ ଭାଇରାଲ୍ ହେଲେ ଜଣାପଡ଼ିବ। କେଉଁଠୁ ଓ କେଉଁ ସେଣ୍ଟରରୁ ଭାଇରାଲ୍ ହେଲା ସ୍ପଷ୍ଟ ଜଣାପଡ଼ିବ । ସବୁ ସେଣ୍ଟରରେ ସିସିଟିଭି ଲାଗିଛି, ୬୦୦ ସେଣ୍ଟରରେ ଲାଇଟ୍ ବ୍ୟବସ୍ଥା ହେବ ।