ପିପିଏଲ କମ୍ପାନୀ ର ବସ୍ତି ବାସିନ୍ଦାଙ୍କ ଉପରେ ଚଳାଇଥିବା ତାଲିବାନୀ ଶାସନକୁ ବିରୋଧ କରି କମ୍ପାନୀ ଫାଟକ ଅବରୋଧ କରିବାକୁ ଚେତାବନୀ ଦେଇଛି ପାରାଦୀପ ବସ୍ତି ବାସିନ୍ଦା ସୁରକ୍ଷା ପରିଷଦ l ଏ ନେଇ ପାରାଦୀପ ଦୁର୍ଗାମଣ୍ଡପ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଷଦ ତରଫରୁ ସୂଚନା ଦିଆଯାଇଛି l ଅଭିଯୋଗ ଅନୁଯାୟୀ ପାରାଦୀପ ପୌରପାଳିକା ମଧ୍ୟରେ ରହିଥିବା ସମସ୍ତ ବସ୍ତି ବାସିନ୍ଦା ସରକାରୀ ସାହାଯ୍ୟ ପାଉଥିବା ବେଳେ ପିପିଏଲ କମ୍ପାନୀ ଟାଉନସିପ ରେ ରହିଥିବା ୭ ନମ୍ବର ୱାର୍ଡର ତିନିଗୋଟି ବସ୍ତି ବାସିନ୍ଦା ପୌରପାଳିକା ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଛନ୍ତି,ଏହାର କାରଣ ପାଲଟିଛି ପିପିଏଲ l ରାସ୍ତାଘାଟ ଠାରୁ ଶୌଚାଳୟ, ବିଭିନ୍ନ ସରକାରୀ ଯୋଜନା ଗୁଡିକ ର କାର୍ଯ୍ୟ କରାଇଦେଉନାହାନ୍ତି ପିପିଏଲ କର୍ତୃପକ୍ଷ l ଏପରିକି ସ୍ଥାନୀୟ ପାରିଷଦଙ୍କ ଘରେ ନାମ ଫଳକ ଲଗାଇଦେଉ ନାହାନ୍ତି କମ୍ପାନୀ ଅଧିକାରୀ l ପିପିଏଲ ଟାଉନସିପ ମଧ୍ୟରେ ରହୁଥିବା ଏହି ବସ୍ତି ବାସିନ୍ଦା ଙ୍କୁ କମ୍ପାନୀ ର ସୁରକ୍ଷାକର୍ମୀ ନାନା ପ୍ରକାର ର ହଇରାଣ, ହରକତ କରୁଥିବା ଅଭିଯୋଗ ଆଣିଛି ବସ୍ତି ସୁରକ୍ଷା ପରିଷଦ l ଗୋଟିଏ ପଟେ କମ୍ପାନୀ ର ରାସାୟନିକ ଗ୍ୟାସ ଓ ଏସିଡ ପାଣିର ପ୍ରଭାବରେ ସ୍ଥାନୀୟ ଅଞ୍ଚଳ ର ବୃକ୍ଷଲତା ଜଳିପୋଡି ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳବାସି ବିଭିନ୍ନ ଦୁରାରୋଗ୍ୟ ରେ ପୀଡିତ ହେଉଛନ୍ତି l ଯାହାକୁ ନେଇ ସ୍ୱର ଉଠାଇଛି ପାରାଦୀପ ବସ୍ତି ସୁରକ୍ଷା ପରିଷଦ, କମ୍ପାନୀ କର୍ତୃପକ୍ଷ ଙ୍କୁ ବାରମ୍ବାର ଏ ନେଇ ଅବଗତ କରା ଯାଉଥିଲେ ମଧ୍ୟ କମ୍ପାନୀ କର୍ତୃପକ୍ଷ ଆମକୁ ଦେଉଥିବା ପ୍ରତିଶୃତି ପ୍ରତିଶୃତି ହୋଇ ରହି ଯାଉଛି l ଯାହାକୁ ନେଇ ଫେବୃଆରୀ ୪ ତାରିଖରେ ପିପିଏଲ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହିତ କମ୍ପାନୀ କୁ ଯାତାୟତ ସମ୍ପୂର୍ଣ ଭାବରେ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ବସ୍ତି ସୁରକ୍ଷା ପରିଷଦ l