ଭୋଟ ଦେଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ଏକ ପୋଲିଂ ବୁଥରେ ଭୋଟ ଦେବା ପରେ ନିଜ କାଳି ଚିହ୍ନିତ ଆଙ୍ଗୁଠି ଦେଖାଇଛନ୍ତି । ରାଷ୍ଟ୍ରପତି ଭବନ ଭିତରେ ଥିବା ଏକ ପୋଲିଂ ବୁଥରେ ପହଞ୍ଚି ସକାଳ ପ୍ରାୟ ୯ଟାରେ ଭୋଟ ଦେଇଥିଲେ ରାଷ୍ଟ୍ରପତି। ଭୋଟ ଦେବାପରେ ତାଙ୍କ ଅଫିସିଆଲ X ଆକାଉଣ୍ଟ ରୁ ଏହା ପୋଷ୍ଟ କରାଯାଇଛି । ରାଷ୍ଟ୍ରପତି ଭବନ ପରିସରରେ ଥିବା ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ମତଦାନ କେନ୍ଦ୍ରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି।
ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନରେ ମତଦାନ ଚାଲିଛି। ଭୋଟ ଗଣତି ଫେବୃଆରୀ ୮ ତାରିଖରେ କରାଯିବ। ନିର୍ବାଚନ ମଇଦାନରେ ୭୯୯ ଜଣ ପ୍ରାର୍ଥୀ ଅଛନ୍ତି, ଯେଉଁଥିରୁ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ପ୍ରତ୍ୟେକେ ୭୦ଜଣ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛନ୍ତି, କିନ୍ତୁ ଭାରତୀୟ ଜନତା ପାର୍ଟି ୬୮ ଜଣ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରି , ସହଯୋଗୀ ଦଳ – ଜେଡି(ୟୁ) ଏବଂ ଏଲଜେପିକୁ ଦୁଇଟି ଆସନ ଦେଇଛି।