ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ପ୍ରୟାଗରାଜରେ ମହାକୁମ୍ଭ ଅନୁଷ୍ଠିତ ହେଉଥିବା ତିନୋଟି ନଦୀ – ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀର ସଙ୍ଗମ ସ୍ଥଳରେ ପବିତ୍ର ବୁଡ଼ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଉଜ୍ଜ୍ୱଳ ଗେରୁଆ ରଙ୍ଗର ପୋଷାକ ପିନ୍ଧି ପ୍ରଧାନମନ୍ତ୍ରୀ ପ୍ରଥମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଡଙ୍ଗା ପରିକ୍ରମା କରିଥିଲେ । ଏରିଏଲ ଘାଟରୁ ଡଙ୍ଗାରେ ଗଲେ ସଙ୍ଗମସ୍ଥଳ । ଆଜି ସାଧୁ ସନ୍ଥଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।
ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିବାର ରହିଛି କାର୍ଯ୍ୟକ୍ରମ । ପ୍ରୟାଗରାଜ ଓ କୁମ୍ଭମେଳାରେ ପ୍ରଧାନମନ୍ତ୍ରୀ ୨ରୁ ତିନି ଘଣ୍ଟା ଅତିବାହିତ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।