ରାଷ୍ଟ୍ରପତି ଙ୍କୁ ସୋନିୟା ଗାନ୍ଧୀ ଙ୍କ ଅପମାନ ସୂଚକ ମନ୍ତବ୍ୟ ବିରୋଧରେ ସୋମବାର ଭାଜପା ସୋରଡ଼ା ନିର୍ବାଚନ ମଣ୍ଡଳୀ ତରଫରୁ ସଭା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଭାଜପା ନେତୃ ମଣ୍ଡଳୀ ସ୍ଥାନୀୟ କାଳୀମନ୍ଦିର ନିକଟରୁ ଶୋଭାଯାତ୍ରା ରେ ବାହାରି ବ୍ଲକ ଲାଇନ, ଗଣିଛକ ବଡଦାଣ୍ଡ, ଆଡପ ମଣ୍ଡପ ସହ ନଗର ପରିକ୍ରମା କରିଥିଲେ I ଏଥିରେ ଜୟ ରାମ ପାତ୍ର, ଗୋବିନ୍ଦ ପାଢ଼ୀ ବୁଲୁ ସ୍ୱାଇଁ,ବନମାଳୀ ସ୍ୱାଇଁ,ସୁରେନ୍ଦ୍ର ସାହୁ, ବିପିନି ଗଉଡ଼ ସମେତ ବହୁ ସମର୍ଥକ ଯୋଗ ଦେଇଥିଲେ l ରାହୁଲ ଗାନ୍ଧୀ, ସୋନିୟା ଗାନ୍ଧୀ ଉଭୟ ଆଦିବାସୀ ଓ ମହିଳା ଙ୍କୁ ଅପମାନ କରିଛନ୍ତି,କଂଗ୍ରେସ ସର୍ବଦା ହିନ ମାନସିକତା ପ୍ରଦର୍ଶନ କରୁଛି ବୋଲି ନେତା ମନେ କହିବା ସହ ଏହାର ଦୃଢ଼ ନିନ୍ଦା କରିଥିଲେ l