ମହାକୁମ୍ଭମେଳାରେ ଦଳାଚକଟା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ। ପ୍ରୟାଗରାଜରେ କାଲି ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଫେବୃଆରୀ 5 ରେ ମହାକୁମ୍ଭ ପରିଦର୍ଶନ କରିବାକୁ ଯାଉଛନ୍ତି ମୋଦି ଯାହାକି ଏହି ମହା ଧାର୍ମିକ ସମାବେଶର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ସକାଳ 10:30 ସୁଦ୍ଧା ମହାକୁମ୍ଭରେ ପହଞ୍ଚିବେ। ସେଠାରୁ ସେ ଅରିୟଲ ଘାଟକୁ ଯିବେ ଓ ଡଙ୍ଗା ସାହାଯ୍ୟରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ପବିତ୍ର ତ୍ରିବେଣୀ ସଙ୍ଗମ ସ୍ଥଳକୁ ଯାଇ ବୁଡ଼ ପକେଇବେ। ସଙ୍ଗମରେ ବୁଡ଼ ପକାଇବା ସହିତ ପ୍ରଧାନମନ୍ତ୍ରୀ ସନ୍ଥମାନଙ୍କ ସହିତ ଆଲୋଚନା ଓ ତୀର୍ଥଯାତ୍ରୀଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିବେ ବୋଲି ଆଶା କରାଯାଉଛି। ମୋଦିଙ୍କ ଗସ୍ତ ପାଇଁ ପ୍ରୟୋଗରାଜରେ ସୁରକ୍ଷା କଡାକଡି କରାଯାଉଛି। ନିଜେ ଯୋଗୀ ଅଦିତ୍ୟନାଥ ଏହାର ସମୀକ୍ଷା କରୁଛନ୍ତି। ସେପଟେ ଦିଲ୍ଲୀ ନିର୍ବାଚନ ମଧ୍ୟ ଫ୍ରେବୃଆରୀ 5 ରେ ରହିଛି। ନିର୍ବାଚନ ଦିନ ହିଁ ପ୍ରଧାନମନ୍ତ୍ରୀ ତ୍ରିବେଣୀ ସଙ୍ଗମରେ ବୁଡ଼ ପକେଇବେ। ତେବେ ହିନ୍ଦୁ ପରମ୍ପରା ଅନୁସାରେ ଫେବୃଆରୀ 5 ଦିନର ଅତ୍ୟନ୍ତ ଆଧ୍ୟାତ୍ମିକ ଗୁରୁତ୍ୱ ରହିଛି, କାରଣ ଏହି ଦିନ ମାଘ ଅଷ୍ଟମୀ ଏବଂ ଭୀଷ୍ମ ଅଷ୍ଟମୀ ପାଳିତ ହେବ। ଉଭୟ ଧାର୍ମିକ ଏବଂ ଐତିହାସିକ ଦିନ ବୋଲି ଏହି ଦିନକୁ କୁହାଯିବ।