ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାର ହିସାବ ରକ୍ଷକ ଓ MIS ସଂଯୋଜକ ସଂଘ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡିଶା ରେ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ରେ ସମଗ୍ର ଶିକ୍ଷା ଅଧୀନ ରେ ପ୍ରତି ବ୍ଲକ ରେ 3 ଟି ହିସାବ ରକ୍ଷକ ଏବଂ ଜଣେ ଲେଖାଏଁ ଏମ ଆଇ ଏସ ସଂଯୋଜକ 2012 ମସିହା ରୁ 12 ବର୍ଷ ଧରି ନିର୍ବିଛିନ ଭାବରେ ଦିନ ମଜୁରିଆ ଙ୍କ ଠାରୁ ମଧ୍ୟ୍ୟ ଅତି ସ୍ୱଳ୍ପ ମାସିକ ଦରମା ପାଇ କାର୍ଯ୍ୟ କରି ଆସୁଛନ୍ତି l ରାଜ୍ୟ ସରକାର ଙ୍କର ନିୟମିତ ପଦବୀ ରେ ଅବସ୍ଥାପିତ ହେବା ପାଇଁ ସମସ୍ତ ସର୍ତ୍ତlବଳୀ ଏମାନେ ପୂରଣ କରୁଥିଲେ ସୁଦ୍ଧା ଏଯାବତ ଉକ୍ତ କର୍ମଚାରୀ ମାନଙ୍କ ର ଚାକିରୀ କୁ ନିୟମିତ କରିବାରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି l ବାରମ୍ବାର ଅଭିଯୋଗ ଏବଂ ଦାବି ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ରାଜ୍ୟ ପ୍ରକଳ୍ପ ଅଧିକାରୀ , ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସଚିବ,ମୁଖ୍ୟ ଶାସନ ସଚିବ, ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଦେଶ ର ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ କର୍ମଚାରୀ ଙ୍କ ତରଫରୁ ଦିଆଗଲେ ମଧ୍ୟ ସେମାନେ ନିରବ ଦ୍ରଷ୍ଟା ସାଜି ବସିଛନ୍ତି ।ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ କ୍ଷେତ୍ର ରେ ସପ୍ତମ ବେତନ କମିଶନ 2016 ମସିହା ରୁ ଲାଗୁ କରିଥିବା ସତ୍ତ୍ୱେ ଏମାନଙ୍କର ନ୍ୟାୟୋଚିତ ଦାବି କୁ ରାଜ୍ୟ ସରକାର ପୂରଣ କରିବା ଦିଗରେ ତିଳେ ମାତ୍ର କର୍ଣ୍ଣପାତ କରୁନାହିଁ l