ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନରେ ୮ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ନବରଙ୍ଗପୁର ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ପ୍ରଶାସନ ବିରୋଦ୍ଧରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଭିଜିଲାନ୍ସ କାର୍ଯ୍ୟାଳୟ ଠାରେ ଏକ ଦାବିପତ୍ର ପ୍ରଦାନ କରିଛି । 60 ଟଙ୍କାର ପୋଷାକକୁ 250 ଟଙ୍କା ବିଲ କରି ଟଙ୍କା ଆତ୍ମସାତ କରିଛନ୍ତି ।ନବରଙ୍ଗପୁର ଜିଲ୍ଲାପାଳ, ଶିକ୍ଷା ଅଧିକାରୀ ପ୍ରମୁଖ ସବୁତକ ଜାଣି ମଧ୍ୟ କଣ ପାଇଁ ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁର ଜିଲ୍ଲାରେ ରାଜ୍ୟ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଥାଇ ମଧ୍ୟ କିଛି ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ନେବା ପରିତାପର ବିଷୟ ବୋଲି କହିଛନ୍ତି । ଦୁର୍ନୀତି ହୋଇଥିବା ରୁ ଭିଜିଲାନ୍ସ କାର୍ଯ୍ୟାଳୟ ଠାରେ ଦାବିପତ୍ର ଦେବା ତଦନ୍ତ କରିବାକୁ କୁହାଯାଇଛି ।