ସୋରଡା ବ୍ଲକ ଗାଜଲବାଡି ଠାରେ ମଙ୍ଗଳବାର ଆଇ ଏସ୍ ଆର୍ ଡି ୱାନ ଷ୍ଟପ୍ ସେଣ୍ଟର୍, ବ୍ରହ୍ମପୁର, ଗଞ୍ଜାମ ଦ୍ଵାରା ଆୟୋଜିତ ରାଷ୍ଟ୍ରୀୟ ବାଳିକା ସପ୍ତାହ ଦିବସ ମାଁ କନ୍ଧୁଣୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇ ଯାଇଅଛି। ସଖୀ କେନ୍ଦ୍ରର ପରିଚାଳିକା ଶ୍ରୀମତି ମହାଶ୍ୱେତା ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ନିର୍ଯାତିତ ମହିଳା ଓ ବାଳିକା ମାନଙ୍କ ସମସ୍ୟା ସମାଧାନ ବିଷୟ ରେ ଆଲୋକପାତ ହୋଇଥିଲା ଏବଂ ୱାନ ଷ୍ଟପ୍ ସେଣ୍ଟର୍ ସଖୀ କେନ୍ଦ୍ର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ମହିଳା ମାନଙ୍କ ଉପରେ ହେଉଥିବା ହିଂସା ଦୁରୀକରଣ କିପରି ହୋଇପାରିବ ସେ ସମ୍ପର୍କରେ ବୁଝାଇଥିଲେ । ଗାଜଲବାଡ଼ି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରଶ୍ମିତା ଆଚାର୍ଯ୍ୟ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ମଞ୍ଜୁଳା ନାୟକ ଯୋଗ ଦେଇ ବାଳିକା ମାନଙ୍କୁ ପାରିବାରିକ ହିଂସା, ବଳାତ୍କାର, ବାଲ୍ୟ ବିବାହ ଓ ଅନ୍ୟାନ୍ୟ ହିଂସା ବିଷୟ ରେ ବୁଝାଇଥିଲେ। ସମ୍ମାନିତ ଶିଶୁ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଆନେମିକା ତୋପ୍ପ ମହିଳା ଏବଂ ଶିଶୁ ମାନଙ୍କ ଉପରେ ସରକାରଙ୍କ ସାମୁହିକ ଯୋଜନା ଯଥା ଅଦ୍ୱିକା, ମୋ ଗେହ୍ଲା ଝିଅ, ବିଜୁ କନ୍ୟା ରତ୍ନ, ବେଟୀ ବଚାଅ ବେଟୀ ପଢ଼ାଅ ସମ୍ପର୍କ ରେ ରେ ବୁଝାଇଥିଲେ। ମାଁ କନ୍ଧୁଣୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଦାର ନାଥ ପଟ୍ଟନାୟକ ପରିଚାଳକ ଭାବେ ଯୋଗ ଦେଇଥିଲେ। ସମସ୍ତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ କ୍ରମେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସାପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଶେଷ ରେ ଆଇ ଏସ୍ ଆର୍ ଡି ର କର୍ମଚାରୀ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ଦଳବେହେରା ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ୱାନ ଷ୍ଟପ୍ ସେଣ୍ଟର୍ ର ଆସ୍କିଲା ରାଇକା, ସୌଦାମିନୀ ସାହୁ, ସାବିତ୍ରୀ ଦଳବେହେରା, ପ୍ରଭାସିନୀ ପାଣିଗ୍ରାହୀ ପ୍ରମୁଖ ସଂଯୋଜନା କରିଥିଲେ।