ସୋରଡ଼ା ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ର ମହତ୍ୱ ଉପରେ କହିଥିଲେ l ମୁଖ୍ୟ ବକ୍ତା ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପ ସଚିବ ଡକ୍ଟର କୁଳମଣି ଓଝା ସୁମଧୁର ସଙ୍ଗୀତ ଗାନ ସହ ଉଚ୍ଚ ଶିକ୍ଷା ର ବିଭିର୍ଣ୍ଣ ଦିଗ ଉପରେ ଆଲୋକ ପାତ କରିଥିଲେ I ସାନମାନିତ ଅତିଥି ଭାବେ ପୂର୍ବତନ ଉପନିର୍ଦ୍ଧେଶକ କୈଳାସ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଆଧୁନିକ ସଭ୍ୟତା ର ଅଭଦ୍ର ମାନସିକତା କୁ ସମସ୍ତେ ପ୍ରତ୍ୟଖ୍ୟାନ କରିବାକୁ କହିଥିଲେ I ଶିକ୍ଷା ଚରିତ୍ର ଗଠନ ରେ ସହାୟ ହୋଇଥାଏ Iଆଧୁନିକ ପୋଷାକ ରେ ଶାଳୀନତା ରକ୍ଷା କରିବାକୁ କୌତୁହଳ ଢଙ୍ଗରେ କହିଥିଲେ I ନଗରପାଳ ଶିବଶଙ୍କର ପଣ୍ଡା ଶିକ୍ଷା ପରିସର କୁ ସର୍ବଦା ସ୍ୱଚ୍ଛ ରଖିବାକୁ କହିଥିଲେ I ଗୋଷ୍ଟୀ ଶିକ୍ଷା ଅଧିକାରୀ ପ୍ରିୟ ଦର୍ଶନୀ ନାୟକ କହିଥିଲେ ଶୈକ୍ଷିକ ବାତାବରଣ ସର୍ବଦା ବଜାୟ ରହୁ I ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ହୃଷିକେଶ ପଣ୍ଡା କାଉନ ସିଲର ରଜନୀକାନ୍ତ ମହାପାତ୍ର, ସମାଜସେବୀ ଲଷ୍ମୀ ଚରଣ ପଣ୍ଡା, ଜଗଦୀଶ ରାଜୁ, ସିମାଞ୍ଚଳ ଅଧିକାରୀ ପ୍ରମୁଖ ମଂଚାସୀନ ଥିଲେ I ଅଧ୍ୟକ୍ଷ ଅନିଲ କୁମାର ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏଥିରେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ପରେ ଅଧ୍ୟାପିକା ଉଷା ରାଣୀ ସାବତ ବିବରଣୀ ପାଠ କରିଥିଲେ I ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସ୍ୱତନ୍ତ୍ର ଭାବେ ଉପଢୌକନ ଦେଇ ସାନମାନିତ କରାଯାଇଥିଲା lପୂର୍ବରୁ ଅନୁଷ୍ଠିତ ବିଭିର୍ଣ୍ଣ ପ୍ରତିଯୋଗିତା ର କୃତି ଙ୍କୁ ପୁରସ୍କୃତ କରାଯାଇଥିଲା I ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଅଧ୍ୟାପକ ସୀତାରାମ ଗୌଡ଼, ଅଶୋକ ନାୟକ, ବିଶ୍ୱ ପ୍ରଧାନ, ଗୌରୀ ଆଚାର୍ଯ୍ୟ, ଅଶୋକ ନାୟକ, ରାମ ଚନ୍ଦ୍ର ବିଷୋୟୀ, ଶେଖ ରଫିକ ଉଲ୍ଲା ସମେତ ସମସ୍ତ କର୍ମଚାରୀ ଛାତ୍ର ଛାତ୍ରୀ ପରିଚାଳନା କରିଥିଲେ l ଋଷି କୂଲ୍ୟା ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାମେଶ ପାଢ଼ୀ, ଅଧ୍ୟାପକ ହୃଷିକେଶ ମିଶ୍ର, ପ୍ରଦୀପ ସ୍ୱାଇଁ, ସିପ୍ରା ରାଣୀ ପାତ୍ର, ସୁଧାଂଶୁ ପଣ୍ଡା ପ୍ରମୁଖ ଯୋଗ ଦେଇ ଉତ୍ସIହିତ କରିଥିଲେ I