ଭଦ୍ରକ ବିମଳା ନାଟ୍ୟ ସଂସଦ କୋରଣ୍ଟ ରାନ୍ଧିଆ ପାଳନ କରିବ ତା’ର ରୋୖପ୍ୟ ଜୟନ୍ତି ।ଫେବୃଆରି ୪ ଓ ୫ ତାରିଖ ଦୁଇଦିନ ବ୍ୟାପି ସହିଦ ସ୍ମୁତି ଭବନ ଠାରେ ଏହା ପାଳନ କରାଯିବା।ଆଗାମୀ ପିଢ଼ି ମାନଙ୍କୁ ଲୋକକଳା ପ୍ରତି ଆକୃଷ୍ଟ କରି କଳା,ସାହିତ୍ୟ,ସସ୍କୁତି କୁ ଉଦଯିବିତ କରି ରଖିବାର ପ୍ରୟାସ କରାଯିବ ବୋଲି ସାମ୍ବାଦିକ ସମ୍ମୀଳନୀରେ ସୁଚନା ଦିଆଯାଇଛ।ଉତ୍ସବରେ ଗୌରାଙ୍ଗ ଚନ୍ଦ୍ର ବାରିକ ଙ୍କ ନିର୍ଦେଶନାରେ ତୃଷ୍ନା ଓ ଇଂ ପ୍ରଦ୍ୟୋତନ ସୁଆର ଙ୍କ ନିର୍ଦେଶନାରେ ମୁଁ ରାବଣ କହୁଛି ଦୁଇଗୋଟି ଲୋକ ନାଟକ ମଞ୍ଚସ୍ଥ ହେବ।ଛାତ୍ର,ଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ଓଡ଼ିଶୀ, ଲୋକନୃତ୍ୟ,କଣ୍ଠ ସଙ୍ଗିତ,ବାଦ୍ୟ ଯନ୍ତ୍ର,ଏକକ ଅଭିନୟ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବା ସହ ପ୍ରତିଭା ସମ୍ବର୍ଧନା ଦିଆଯିବ।ସଭାରେ ବହୁ ବିଶିଷ୍ଟ ସସ୍କୃତି ପ୍ରେମୀ,ରାଜନେତା ଯୋଗଦାନ କରିବେ ବୋଲି ନାଟ୍ୟ ସଂସଦର ସଭାପତି ରମାକାନ୍ତ ଗାହାଣ,ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ବାରିକ,ଅମିୟ ମହାପାତ୍ର,ଇ ଅଶୋକ ମହାନ୍ତି ,ଆଶିଷ ସେଠି ପ୍ରମୁଖ ସାମ୍ବାଦିକ ସମ୍ମୀଳନୀରେ ସୂଚନା ଦେଇଛନ୍ତି ।କଳାକାର ମିନତି ବାରିକ, ସଂଧ୍ୟାରାଣୀ ବେହେରା, ପଦ୍ମନି ସେଠୀ,ଦିପକ ଜେନା,ପ୍ରଦିପ ବାରିକ,ଅମିୟ ସେଠୀ ଉପସ୍ଥିତ ଥିଲେ।