ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ନଗଦବିହୀନ ଚିକିତ୍ସା ସେବା ଅର୍ଥାତ୍ କ୍ୟାସଲେସ୍ ଟ୍ରିଟମେଣ୍ଟ୍ । ଏଥିପାଇଁ ଭାରତ ସରକାର ମାର୍ଚ୍ଚ ସୁଦ୍ଧା ଏକ ଯୋଜନା ଆରମ୍ଭ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି । ଏହାକୁ ଜାତୀୟ ସ୍ତରରେ ଲାଗୁ କରାଯିବ । ଏହି ଯୋଜନା ଅଧୀନରେ ପୀଡିତମାନେ ଦୁର୍ଘଟଣାର ସାତ ଦିନ ଯାଏ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ୍ ଟ୍ରିଟମେଣ୍ଟ୍ ପାଇଁ ଯୋଗ୍ୟ ହେବେ । ସମସ୍ତ ପ୍ରକାର ରାସ୍ତାରେ ଯାନବାହନ ଦ୍ୱାରା ଘଟିଥିବା ଦୁର୍ଘଟଣାକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ପୋଲିସ, ହସ୍ପିଟାଲ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି ସହ ମିଶି ପ୍ରୋଗ୍ରାମ୍ କାର୍ଯ୍ୟକାରିତାକୁ ତଦାରଖ କରିବ । ଏହା ଏକ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ଅପରେଟ୍ ହେବ, ଯାହା ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଇ-ଡିଟେଲ୍ଡ ଆକ୍ସିଡେଣ୍ଟ ରିପୋର୍ଟ (eDAR) ଆପ୍ଲିକେସନକୁ NHAର ଟ୍ରାଞ୍ଜାକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ ସହିତ ମିଳାଇବ । ସଡ଼କ ଦୁର୍ଘଟଣାର ଶିକାର ହେଲେ ଏଣିକି ଆହତମାନଙ୍କୁ ମିଳିବ ମାଗଣା ଚିକିତ୍ସା। ନିଜେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ବଡ଼ ଘୋଷଣା କରିଛନ୍ତି। ସାରା ଦେଶରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ କ୍ୟାଶଲେସ୍ ଚିକିତ୍ସା ପାଇଁ ମାର୍ଚ୍ଚ ମାସ ସୁଦ୍ଧା ସରକାର ସଂଶୋଧିତ ଯୋଜନା ଆଣିବେ ବୋଲି କହିଛନ୍ତି ଗଡ଼କରୀ। ଏହି ଯୋଜନା ଅଧିନରେ ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ପ୍ରତି ବ୍ୟକ୍ତିଙ୍କ ପାଇଁ ଦୁର୍ଘଟଣା ଘଟିବାର ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର। ସମସ୍ତ ବର୍ଗର ରାସ୍ତାରେ ମୋଟର ଯାନ ଦ୍ୱାରା ଘଟୁଥିବା ସମସ୍ତ ସଡ଼କ ଦୁର୍ଘଟଣାରେ ଏହି ଯୋଜନା ପ୍ରଯୁଜ୍ୟ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପୁଲିସ, ଡାକ୍ତରଖାନା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମନ୍ୱୟରେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (NHA) ଏହି ଯୋଜନାର କାର୍ଯ୍ୟକାରୀ କରିବ। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏକ ସଂଶୋଧିତ ଯୋଜନା ନେଇ ଆସିବେ କେନ୍ଦ୍ର ସରକାର । ସୂଚନାଥାଉ କି, ୨୦୨୪ ମାର୍ଚ୍ଚ ୧୪ରେ ଚଣ୍ଡିଗଡ଼ରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହି ପଦକ୍ଷେପ ଆରମ୍ଭ ହୋଇଥିଲା । ପରେ ଏହା ଅନ୍ୟ ୬ଟି ରାଜ୍ୟକୁ ବିସ୍ତାର କରାଯାଇଥିଲା । ଦୁର୍ଘଟଣା ପରେ ଠିକ୍ ସମୟରେ ଚିକିତ୍ସା ସେବା ନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ । ନୀତିନ ଗଡକରୀ ସଡ଼କ ସୁରକ୍ଷା ଚ୍ୟାଲେଞ୍ଜର ସମାଧାନ ପାଇଁ ଚାଲିଥିବା ପ୍ରୟାସ ସମ୍ପର୍କରେ କହିଛନ୍ତି । ଏଥିରେ ପାଇଲଟଙ୍କ ଭଳି କମର୍ସିଆଲ୍ ଡ୍ରାଇଭରମାନଙ୍କ ପାଇଁ ମଧ୍ୟ କାର୍ଯ୍ୟ ସମୟ ପ୍ରସ୍ତୁତ କରାଯିବ । ଦେଶରେ ୨୨ ଲକ୍ଷ ଡ୍ରାଇଭରଙ୍କ ଅଭାବ ଥିବା କଥା ଗଡକରୀ କହିଛନ୍ତି । ଏହାସହ କେନ୍ଦ୍ର ମନ୍ତ୍ରୀ ପୂରା ଭାରତରେ ଡ୍ରାଇଭର ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (DTI) ଆରମ୍ଭ କରିବା ବିଷୟରେ ଘୋଷଣା କରିଛନ୍ତି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଇ-ଡିଟେଲ୍ଡ ଆକ୍ସିଡେଣ୍ଟ ରିପୋର୍ଟ (eDAR) ଜରିଆରେ ଏକ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ଏକ ଆପ୍ଲିକେଶନ ଚାଲିବ। ପୀଡ଼ିତମାନେ କିମ୍ବା ସେମାନଙ୍କ ସଂପର୍କୀୟ ପୀଡ଼ତଙ୍କ ଦୁର୍ଘଟଣା ପରେ ଏହି ଆପ୍ ଜରିଆରେ ପଞ୍ଜୀକରଣ କରିବେ। ଦୁର୍ଘଟଣା ଘଟିଥିବା ଦିନ ଠାରୁ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ପୀଡ଼ିତ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବେ। ତେବେ ମାର୍ଚ୍ଚ ୧୪ରେ ଚଣ୍ଡିଗଡ଼ରେ ପରୀକ୍ଷାମୂଳକ ଭାବେ ଏହି ଯୋଜନାକୁ ଆରମ୍ଭ କରାଯିବ। ପରେ ଅନ୍ୟ ୬ଟି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ପରେ ଧିରେ ଧିରେ ଏହା ସାରା ଦେଶରେ କାର୍ଯ୍ୟକାରୀ ହୋଇଯିବ ବୋଲି କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି।