ହିନ୍ଦୁ ଧର୍ମରେ, ବାବା ବା ସାଧୁସନ୍ଥ ଆଧ୍ୟାତ୍ମିକ ଜୀବନର ପ୍ରତିକ। ସେମାନେ ମଣିଷଙ୍କୁ ଧର୍ମ, ସଂସ୍କୃତି, ଏବଂ ଆଧ୍ୟାତ୍ମିକ ଗତିର ପଥରେ ଆଗକୁ ବଢ଼ାଇବାର ମାର୍ଗ ଦେଖାଇଥାନ୍ତି । ଏହା ସହ ହିନ୍ଦୁ ଧର୍ମର ପ୍ରାଚୀନ ସମୟରୁ ହିଁ ବାବାମାନେ ସମାଜରେ ଶାନ୍ତି, ସମ୍ମିଳନ, ଓ ଆନ୍ତରିକ ଏକତାକୁ ବଢ଼ାଇବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିବାହ କରିଛନ୍ତି। ଏପରିକି ବାବା ବା ସାଧୁସନ୍ଥ ମାନେ ଆଧ୍ୟାତ୍ମିକ ଶିକ୍ଷାର ପ୍ରଚାର ଓ ପ୍ରସାର , ଜୀବନ ଶୈଳୀର ପରିବର୍ତ୍ତନ, ସଂସ୍କୃତି ଓ ଧର୍ମର ସୁରକ୍ଷା,ସମାଜସେବା ଆଦି ଅନେକ ଭୂମିକା ଅନେକ ମାଧ୍ୟମରେ ନିର୍ବାହ କରିଥାନ୍ତି l କେତେକ ସମୟରେ ବାବାମାନଙ୍କ ଉପରେ ମିଥ୍ୟା ଅଭିଯୋଗ ହୋଇଥାଏ। ତେବେ ଯାହା ସତ୍ୟ ସେଥିରେ ଅଟଳ ରହି ସମାଜକୁ ଏକ ଆଧ୍ୟାତ୍ମିକ ମାର୍ଗରେ ନେବା ଏମାନଙ୍କ ପ୍ରଥମ କାମ ହୋଇଥାଏ । ଏବେ କିଛି ସନାତନ ଧର୍ମ ବିରୋଧୀ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ କଳାପାହାଡ଼ ସାଜି ସନାତନ ଧର୍ମ ବିରୋଧରେ ବିଭିନ୍ନ ଷଡଯନ୍ତ୍ର ରଚୁଛନ୍ତି l କଥାରେ ଅଛି ଧୁଆ ମୂଳା ଅଧୁଆ ମୂଳା ସବୁ ସମାନ କରି ଦେଉଛନ୍ତି l କିଛି ଭଣ୍ଡ ବାବା ଆଇନ ର ଜାଲରେ ପଡୁଥିବା ବେଳେ ଆଉ କିଛି ଜେଲର ଚାରିକାନ୍ଥ ଭିତରେ l ହେଲେ ଏହାର ସୁଯୋଗ ନେଇ ଅନେକ ଲୋକ ବହୁ ସାଧୁ ସନ୍ଥଙ୍କୁ ବଦନାମ କରିବାକୁ ପଛାଉନାହାନ୍ତି l ସନାତନଧର୍ମର ଚିନ୍ତାଧାରା ର ଧାର ଧରୁନଥିବା ଲୋକମାନେ ଏବେ ସାଧୁସନ୍ଥଙ୍କୁ ଟିକାଟିପଣି କରିବାକୁ ପଛାଉ ନାହାନ୍ତି l ଯାହା ବେଶ ଦୁଃଖ ଦାୟକ l ଏମାନଙ୍କୁ କିଏ ଦାଇତ୍ୱ ଦେଲା ସାଧୁ ସନ୍ଥଙ୍କୁ ପରଖିବାକୁ l ଏମାନେ କେତେ ଜାଣିଛନ୍ତି ସନାତନ ଧର୍ମକୁ l ଏମାନେ କେତେ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି l ତାହା ଏବେ ପ୍ରଶ୍ନବାଚୀ l କେବେଳ ଶସ୍ତା ଲୋକପ୍ରିୟତା ଓ ଟିଆର୍ପି ପାଇଁ ଏତେ ନାଟକ କରାଯାଉଛି l ଏମିତି ଏକ ଘଟଣା ଦେଖିବାକୁ ମିଳିଛି……..କଟକ ଜିଲ୍ଲା ଶଙ୍ଖତରାସ ଅଞ୍ଚଳ ର ତାନେଶ୍ଵରୀ ବନ ପୀଠ ରେ ପୀଠଧିଶ ଆଦିତ୍ୟା ନନ୍ଦନ ଦାସ ଆଚାର୍ଯ୍ୟ ବାବା ହେଉଛନ୍ତି ଜଣେ ସନାତନ ଧର୍ମୀ ପ୍ରାଚାରକ ଏବଂ ଜଣେ ଉଚ୍ଚ ଶିକ୍ଷିତ ବ୍ରାହ୍ମଣୀ ପରିବାର କୂଳରେ ଜନ୍ମ ଗ୍ରହଣ ସେ ତାନେଶ୍ଵରୀବନ ର ପୀଠ ବହୁ ପୁରାତନ କାଳରୁ ରହିଆସିଛି ସେ ପୂଜା ଅର୍ଚ୍ଚନା କରି ଆଚାର୍ଯ୍ୟ ଚଳନ୍ତି, ସୁଚନା ମୁତାବକ ବାବାଙ୍କ କହିବା କଥା କିଛିଦିନତଳେ ଯାଇଥିଲି ତୀର୍ଥ ବୁଲିବାକୁ ମତେ କିଛି ଲୋକ କୁଚକ୍ରରୀ ବ୍ୟକ୍ତି ମତେ ଷଡ଼ଯନ୍ତ୍ର ବଦନାମ୍ କରିବାକୁ ନେଇ ଆଚାର୍ଯ୍ୟ ତାଙ୍କ ମନ୍ତବ୍ୟ ଦେଇଛନ୍ତି