ଫେଲ ମାରିଛି କଇଁଛ ସୁରକ୍ଷା ନେଇ ସଚେତନତା କାର୍ୟ୍ୟକ୍ରମ । ଗୋଟେପଟେ କଇଁଛ ସୁରକ୍ଷା ପାଇଁ ସଚେତନତା ଶିବିର କରାଯାଉଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି କଁଛ ମଡକ । ଏ ଘଟଣା ଦେଖିବାକୁ ମିଳିଛି ରାଜନଗର ବନଖଣ୍ଡର ଗହୀରମାଥାର ଶସାନପେଟାରେ, ସାମୁଦ୍ରିକ ଅଭୟରଣ୍ୟ ଗହୀରମଥା ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ରୂପେ ବିଶ୍ୱ ବିଖ୍ୟାତ, କାରଣ ଏଠାକୁ ପ୍ରଶାନ୍ତ ମହାସାଗରରୁ ଅଲିଭ ରିଡଲେ କଇଁଛ ଦୌଡ଼ି ଆସନ୍ତି ସାମୁହିକ ଅଣ୍ଡା ଦାନ ପକ୍ରିୟାରେ ସାମିଲ ହେବା ପାଇଁ, ଏହାର ସୁରକ୍ଷା ନିମନ୍ତେ ଧାମରା ଠାରୁ ଦେବୀ ମୁହାଣ ଯାଏ ସମୁଦ୍ର କୂଳରୁ ୨୦ କି.ମି. ପର୍ୟ୍ୟନ୍ତ ଟ୍ରଲରରେ ମାଛ ମାରିବାକୁ ବାରଣ କରିଛି ରାଜନଗର ବନ ବିଭାଗ କ୍ଷ ନଭେମ୍ବର ୧ ତାରିଖ ଠାରୁ ମେ’ ୩୧ ତାରିଖ ଯାଏଁ ଟ୍ରଲର ଚଳାଚଳ ଯୋଗୁ କଇଁଛ ମରୁଥିବାରୁ ବନ ବିଭାଗ ଏହି ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିବା ସହ ସମୁଦ୍ର ଭିତରେ ଥିବା ସୀମାକୁ ଟପି ନିଷିଦ୍ଧକ୍ଷଞ୍ଚଳ ନଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବନ ବିଭାଗ ନିବେଦନ କରିଥିଲା କିନ୍ତୁ ଏହା କେବଳ ବନ ବିଭାଗର ଅଭିନୟ ଥିଲା, ଗହୀର ମଥାର ବନ କର୍ମଚାରୀ ମାନେ ଟ୍ରଲର ମାନଙ୍କୁ ନିଷେଦ୍ଧାଞ୍ଚଳକୁ ମାଛ ମାରିବାକୁ ଛାଡ଼ୁଛନ୍ତି, ସମୁଦ୍ରକୁ ବନବିଭାଗର ବୋଟ୍ ପେଟ୍ରୋଲିଙ୍ଗି ପାଇଁ ବାହାରିଲା କ୍ଷେଣି ସଙ୍ଗେ ସଙ୍ଗେ ଖବର ମିଳିଯାଉଛି ଟ୍ରଲର ଡ଼୍ରାଇଭର ମାନଙ୍କୁ, ଯେଉଁ କାରଣରୁ ଆଜି ଗହୀରମଥା ଅଞ୍ଚଳରେ ଅଲିଭ ରିଡଲେ କଇଁଛ ମରିପଡିଛନ୍ତି, ଦୁର୍ନୀତି ଗ୍ରସ୍ତ ବନ କର୍ମଚାରୀଙ୍କ ପାଇଁ କଇଁଛଙ୍କ ଏନ୍ତୁଡ଼ି ଶାଳ ସାଜିଛି ଝୁଇଶାଳ, ବନ କର୍ମଚାରୀ ଓ ଟ୍ରଲର ମାଲିକଙ୍କ ମଧ୍ୟରେ ହେଉଥିବା ଡିଲରେ ବଳି ପଡିଛନ୍ତି ବିରଳ ସାମୁଦ୍ରିକ ଅଲିଭ ରିଡଲେ କଇଁଛ, ଗତକାଲି ଗହୀର ମଥାର ଶାସନପେଟା ଠାରେ ବନ ବିଭାଗ ପକ୍ଷରୁ କଇଁଛ ସୁରକ୍ଷା ଓ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ବାସ୍ତବତା କଇଁଛକୁ କୌଣସି ସୁରକ୍ଷା ଦିଆଯାଇ ନାହିଁ, ସରକାର ଏହି ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ନିମନ୍ତେ କୋଟି କୋଟି ବ୍ୟୟ କରୁଛନ୍ତି କିନ୍ତୁ ଟଙ୍କା ଲୋଭରେ ବନ କର୍ମଚାରୀ ଏହି ବିରଳ ଅଲିଭ ରିଡଲେ କଇଁଛଙ୍କୁ ଟ୍ରଲର ତଳେ ମାରିବାକୁ ଛାଡି ଦେଉଛନ୍ତି, ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ପରିବେଶବିତ ମତ ରଖିଛନ୍ତି.