ଭାରତୀୟ ଭାଷା ଦିବସ ପ୍ରତିବର୍ଷ ଡିସେମ୍ବର 11 ରେ ମହାକବି ସୁବ୍ରମଣ୍ୟମ ଭାରତୀ ଙ୍କ ଜନ୍ମ ବାର୍ଷିକୀ ରେ ପାଳନ କରାଯାଏ। ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ରେ ବୁଧବାର ଏହି ଦିବସ ପାଳନ କରାଯାଇଛି l ପ୍ରଥମେ ଦୀପ ପ୍ରଜ୍ଵଳନ ସହ ସାମୁହିକ ବନ୍ଦନା ଗାନ କରଯାଇଥିଲା । ଭାରତୀୟ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତୀୟ ଭାଷା ଉତ୍କଳ ନାମକ ଏକ ଭାଷା ମହୋତ୍ସବ ସହିତ ଏହି ଦିନ ପାଳନ କରାଯାଉ ଥିବା କୁହାଯାଇଛି । ଲୋକଙ୍କୁ ଅଧିକ ଭାରତୀୟ ଭାଷା ଶିଖିବାକୁ ଉତ୍ସାହିତ କରିବା ଏହାର ଲକ୍ଷ୍ୟ l ଦେଶରବିକାଶ ପାଇଁl ଭାରତୀୟ ଭାଷାର ମହତ୍ତ୍ୱକୁ ଆଲୋକିତ କରିବା ତଥା ଭାଷା ଶିକ୍ଷାକୁ ଏକ ମଜାଦାର ଅନୁଭୂତି ପ୍ରଦାନ କରିଥାଏ ବୋଲି ଗୁରୁଜୀ ମାନେ କହିଥିଲେ । ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ରଥ ଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଅନୁଷ୍ଠିତ ବିଭିର୍ଣ୍ଣ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା । ଆମ ଭାଷା ଆମ ସଂସ୍କୃତି କୁ ଆପଣେଇବା ହିଁ ଭାଷାର ମହତ୍ଵ କୁ ପ୍ରତିପାଦନ କରିଥାଏ ବୋଲି କୁହାଯାଇଥିଲା । ମା ,ବୋଊ,ମାମୁ ,ମାଇଁ ,ଦଦା,କକା ,ମଉସା ,ମାଉସୀ ,ପିଉସା ,ପିଉସୀ ପରି ଆମ ସମାଜ ର ପାରିବାରିକ ପରିଚୟ ଡାକ ଭାଷା ର ଭାବନା ଅତ୍ୟନ୍ତ ମଧୁରତା ଭରିଦେଇଥାଏ । ଅଯଥା ଆଧୁନିକତା ର ସ୍ପର୍ଶରେ ଆମେ ଏସବୁ ଡାକ କୁ ଭୁଲିଯାଇ ଅଙ୍କଲ ,ଆଣ୍ଟି ଭାଷା ବ୍ୟବହାର କରିବା ର ଅର୍ଥ ଭାଷା ମମତା କୁ କୁଠାରଘାତ କରିବା ସଦୃଶ୍ୟ ବୋଲି କୁହାଯାଇଛି । ସମସ୍ତେ ଆମ ଭାଷା ଓଡିଆ କୁ ଭଲପାଇବା ଓ ତାର ବ୍ୟବହାର କରିବା ବୋଲି କୁହାଯାଇଛି ।