ଏବେ ପୁଷ୍ପା ଷ୍ଟାଇଲରେ ଭାରତୀୟ କ୍ରିକେଟର୍ସ ମଧ୍ୟ ଆଗାମୀ ଷ୍ଟେଟ ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ କହିଛନ୍ତି । ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୩ୟ ମ୍ୟାଚ ବ୍ରିସବେନର ଗାବାରେ ୧୪ ଡିସେମ୍ବରରୁ ଖେଳାଯିବ । ତେବେ ଗାବା ଟେଷ୍ଟ ଜିତିବା ପାଇଁ ରିଷଭ ପନ୍ତ ପୁଷ୍ପା ଷ୍ଟାଇଲରେ ନଜର ଆସିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇବ ସହିତ ଏହିଥର ମଧ୍ୟ ଝୁକେଗା ନେହିଁ । ସେହିପରି ସିରାଜ ମଧ୍ୟ ଏଥର ୱାଇଲ୍ଡ ଫାୟର ହୋଇ ମଇଦାନକୁ ଆସିବେ । ଆଡଲେଡ ଟେଷ୍ଟରେ ଆଗ୍ରେସନ ସହିତ ଟ୍ରାଭିସ ହେଡ ଏବଂ ଅନ୍ୟ ଖେଳାଳିଙ୍କୁ ଚିନ୍ତାରେ ପକାଇଥିଲେ ସିରାଜ । ଏବେ ଗାବାରେ ଫାୟାର ହେବେ । ଶୁବମନ ଗିଲ୍ ଏବଂ ୱାଂଶିଟନ ସୁନ୍ଦର ମଧ୍ୟ ଗାବା ଟେଷ୍ଟରେ ଧୁମ୍ ମଚାଇବାକୁ ପ୍ରସ୍ତୁତ ରହିଛନ୍ତି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡରେ ଚାଲିଥିବା ଦ୍ବିତୀୟ ଟେଷ୍ଟକୁ ଜିତିନେଇଛି ଅଷ୍ଟ୍ରେଲିଆ । ତୃତୀୟ ଦିନରେ ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟକୁ ୧୦ ୱିକେଟରେ ଜିତିନେଇଛି । ଫଳରେ ସିରିଜ ୧-୧ରେ ବରାବର ରହିଛି । ପର୍ଥରେ ଟେଷ୍ଟ ୨୯୫ ରନ୍ରେ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆକୁ ଆଡିଲେଡ୍ ଓଭାଲରେ ଭାରତ ଦେଇଥିଲା ମାତ୍ର ୧୯ ରନ୍ର ବିଜୟ ଲକ୍ଷ୍ୟ । ଅଷ୍ଟ୍ରେଲିଆ ଏହାକୁ କୌଣସି ୱିକେଟ୍ ନହରାଇ ୩.୨ ଓଭରରେ ହାସଲ କରି ନେଇଥିଲା । ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ଲାଗାତାର ୨ଟି ଟେଷ୍ଟ ସିରିଜରେ ମାତ୍ ଦେଇଥିଲା । ୨୦୨୦ ଶେଷରେ ୪ ଟେଷ୍ଟ ସିରିଜକୁ ୨-୧ରେ ହରାଇଥିଲା । ଏହି ସମୟରେ ଗାବା ଟେଷ୍ଟରେ ଭାରତୀୟ ଟିମ୍ ୩ ୱିକେଟରେ କଙ୍ଗାରୁ ଟିମକୁ ହରାଇଥିଲା । ଏହି ସିରିଜରେ ରିଷଭ ପନ୍ତ, ମହମ୍ମଦ ସିରାଜ, ଶୁବମନ ଗିଲ୍ ଏବଂ ଅଲରାଉଣ୍ଡର ୱାଂଶିଟନ ସୁନ୍ଦର ବିଜୟ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ । ଏହି ଟେଷ୍ଟରେ ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଶାର୍ଦ୍ଦୁଳ ଠାକୁର ମଧ୍ୟ କଙ୍ଗାରୁ ଟିମର ଅଣ୍ଟା ଭାଙ୍ଗିଦେଇଥିଲେ । ୨୦୨୧ରେ ଗାବା ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ ରନ୍ କରିଥିଲା । ମାତ୍ର କଙ୍ଗାରୁ ଟିମ୍ ୩୩ ରନରେ ଆଗୁଆ ରହି ଦ୍ବିତୀୟ ଇନିଂରେ ୨୯୪ ରନ୍ କରି ଭାରତକୁ ୩୨୮ ରନର ଟାର୍ଗେଟ ଦେଇଥିଲା । ଜବାବରେ ଭାରତୀୟ ଟିମ୍ ୧୮୬ ରନରେ ୬ ୱିକେଟ ହରାଇଥିଲା । କିନ୍ତୁ ୱାଂଶିଟନ ସୁନ୍ଦର ୬୨ ଏବଂ ଶାର୍ଦ୍ଦୁଳଙ୍କ ୬୭ ରନରେ ଭାରତୀୟ ଟିମ ବିଜୟ ହାସଲ କରିଥିଲା ।