ରାଉରକେଲା: ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ୬୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ପାଳିତ ହୋଇଯାଇଛି । ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଉପ ନିରୀକ୍ଷକ (ଡିଆଇଜି) ପଶ୍ଚିମାଞ୍ଚଳ ଶ୍ରୀ ବ୍ରିଜେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅବସରରେ ଅନୁଷ୍ଠିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସେକହିଥିଲେ ଯେ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଦଙ୍ଗା ମୁକାବିଲା ପାଇଁ ୧୯୪୬ ମସିହାରେ ଆମ ଦେଶର ମୁମ୍ବାଇରେ ପ୍ରଥମ ଥର ପାଇଁ ଗୃହରକ୍ଷୀ ବାହିନୀର ଗଠନ କରାଯାଇଥିଲା । ଗୃହରକ୍ଷୀ ବାହିନୀର ଗଠନ ହେବା ଦିନ ଠାରୁ ସମ୍ପୂର୍ଣ୍ଣ ଉତ୍ସଗ୍ରୀକୃତ ମନୋଭାବ ସହ ପୋଲିସର କାନ୍ଧରେ କାନ୍ଧ ମିଶାଇ ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଗଳା ରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି । ଶ୍ରୀ ରାୟ ଆଇନ ଶୃଙ୍ଖଳା ବଜାୟ ରଖିବାରେ ତଥା ପ୍ରାକୃତିକ ଦୁବିର୍ପାକ ସମୟରେ ଗୃହରକ୍ଷୀ ବାହିନୀର ଭୂମିକା ପୋଲିସଠାରୁ କୌଣସି ପକ୍ଷେ କମ୍ ନୁହେଁ ବୋଲି କହିଛନ୍ତି l ଏହାସହିତ ଡିଆଇଜି ଶ୍ରୀ ରାୟ ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଦ୍ବାରା ପ୍ରେରିତ ବାର୍ତ୍ତା ମଧ୍ଯ ପାଠ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିୟନ୍ତ୍ରକ ବେସାମରିକ ବାହିନୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି , ରାଉରକେଲା ଏସ୍ପି ତଥା ଗୃହରକ୍ଷୀ କମାଣ୍ଡାଣ୍ଟ ଶ୍ରୀ ନିତେଶ ୱାଧୱାନି ,ଅତିରିକ୍ତ ଏସପି ରାଜକିଶୋର ମିଶ୍ର ସମେତ ସମସ୍ତ ଥାନା ଅଧିକାରୀ, ଗୃହରକ୍ଷୀ ବାହିନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଚଳିତ ବର୍ଷ ଜିଲ୍ଲାରେ ଅତି ଉତ୍କର୍ଷ ଓ ଉତ୍ତମ ସେବା ପୁରସ୍କାର ପାଇଁ ଶ୍ରେଷ୍ଠ ବିବେଚିତ ବେସାମରିକ ପ୍ରତିରକ୍ଷା ବାହିନୀ ର ଭୋଲେଣ୍ଟିୟର ଓ ଗୃହରକ୍ଷୀ ଙ୍କୁ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।
ରାଷ୍ଟ୍ରପତି ପଦକ ପୁରସ୍କାର ପ୍ରାପ୍ତ ଗାୟତ୍ରୀ ସିଂହ ସହିତ ଗୃହରକ୍ଷୀ ଦୀପକ ରାଉତ, ସପନ ରାଉତରାୟ , ହିଂମାଶୁ ଶେଖର ନାୟକ, ଶାନ୍ତିଲତା ସାହୁ , ଶରତ ବେହେରା , ସଚିନ କୁମାର ସାହୁ ଙ୍କୁ ଶ୍ରେଷ୍ଠ ପ୍ରର୍ଦଶନ ପାଇଁ ପଶ୍ଚିମାଞ୍ଚଳ ଡିଆଇଜି ପୁରସ୍କୃତ କରିଥିଲେ।
ସେହିପରି ବେସାମରିକ ପ୍ରତିରକ୍ଷା ବାହିନୀର ସୁକଦେବ କୁମ୍ଭାର ଓ କୁମାରୀ ସୁନିତା ବାଘ ଙ୍କୁ ମଧ୍ୟ ମାନପତ୍ର ଦେଇ ପୁରସ୍କୃତ କରିଥିଲେ।
ଏହା ସହିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ବାରା ଆୟୋଜିତ ଓଡ଼ିଆ ଓ ଇଂରାଜୀ ରଚନା ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଶେଷରେ ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟର ଅଗ୍ନିଶମ ବାହିନୀ ଘର ପୋଡ଼ି, ତରଳ ଇନ୍ଧନ ଓ ଗ୍ୟାସ୍ ଜନିତ ଅଗ୍ନିକାଣ୍ଡର ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ କିଭଳି ମୁକାବିଲା କରାଯାଏ ତାହାର ଡେମୋ ପ୍ରଦର୍ଶନ କରିଥିଲେ। ଏବଂ ବେସାମରିକ ପ୍ରତିରକ୍ଷା ବାହିନୀ ଆକସ୍ମିକ ବିସ୍ଫୋରଣ , ଗ୍ୟାସ ଲିକ ହେଲେ କିପରି ଉଦ୍ଗାର କାର୍ଯ୍ୟ କରା ଯାଇ ଲୋକ ଙ୍କୁ ସୁରକ୍ଷିତ ପହଞ୍ଚିବା ଏହାର ପ୍ରଦର୍ଶନ କରିଥିଲେ l ଅତିରିକ୍ତ ଏସପି ରାଉରକେଲା ପ୍ରଭାଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଶ୍ରୀକାନ୍ତ ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l