ରିଲିଜ୍ ହୋଇଛି ମୋଷ୍ଟ ଆୱେଟେଡ୍ ଫିଲ୍ମ ‘ପୁଷ୍ପା-୨’ ଦ ରୁଲ୍ । ସବୁଠି ପୁଷ୍ପା-୨ କ୍ରେଜ୍ । ସବୁ ହଲ୍ ହାଉସଫୁଲ୍ । ହଲ୍ ଆଗରେ ଫ୍ୟାନ୍ସଙ୍କ ଖଚାଖଚ ଭିଡ଼ । ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଝଲକ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ । ଟିକେଟ ପାଇଁ ଅଧାରାତିରୁ ଆସି ଛିଡା ହୋଇଛନ୍ତି ଦର୍ଶକ। ଟିକେଟ ଦର ଅଧିକ ଥିଲେ ଖାତିରି ନକରି ଫିଲ୍ମ ଦେଖିବାକୁ ଆସିଛନ୍ତି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନା । ପୁଷ୍ପା ପାର୍ଟ-୧ର ସଫଳତା ପରେ ଏବେ ପାର୍ଟ-୨ ନେଇ ସବୁଠି ଚର୍ଚ୍ଚା । ଭାରତୀୟ ସିନେମା ଜଗତରେ ନୂଆ କିର୍ତ୍ତୀମାନ ଯୋଡ଼ିଛି ଏହି ସିନେମା। ରିଲିଜ୍ ପୂର୍ବରୁ ବହୁ ବ୍ଲକବଷ୍ଟର ସିନେମାର ରେକର୍ଡ ଭାଙ୍ଗିଛି। ଆଡଭାନ୍ସ ବୁଂକିରେ ହିନ୍ଦି ଏବଂ ତେଲୁଗୁ ସିନେମାକୁ ପଛରେ ପକାଇ ଦେଇଛି ପୁଷ୍ପା-୨: ଦି ରୁଲ୍।ଆଡଭାନ୍ସ ବୁକିଂର ପ୍ରଥମ ଦିନର ମାତ୍ର ୧୨ ଘଣ୍ଟାରେ ସମଗ୍ର ଦେଶରେ ୩ ଲକ୍ଷରୁ ଅଧିକ ଟିକେଟ୍ ବୁକିଂ ହୋଇଛି। ଯାହାର ଅର୍ଥ ଫିଲ୍ମ ରିଲିଜ ହେଲେ ପ୍ରଥମ ଦିନରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବ। ତେବେ ଆଡଭାନ୍ସ ବୁକିଂରେ ୧୦ କୋଟିରୁ ଅଧିକ ଟଙ୍କାର ଟିକେଟ୍ ବିକ୍ରି ସରିଲାଣି। ପୂର୍ବରୁ ଶାହରୁଖ ଖାନଙ୍କ ପଠାନ, ୟଶଙ୍କ କେଜିଏଫ୍-୨ ଏବଂ ସନ୍ନି ଦେଓଲଙ୍କ ଗଦ୍ଦର-୨ ନାଁରେ ସବୁଠୁ ଅଧିକ ଆଡଭାନ୍ସ ଟିକେଟ୍ ବୁକିଂ ରେକର୍ଡ ଥିଲା। ମାତ୍ର ପୁଷ୍ପା କ୍ରେଜ୍ ଏସବୁ ରେକର୍ଡ ଭାଙ୍ଗିଛି। ହାଇଦ୍ରାବାଦରେ ଫିଲ୍ମର ପ୍ରିମିୟର ସୋ ହୋଇସାରିଛି । ଫ୍ୟାନ୍ସଙ୍କ ସହ ବସି ଫିଲ୍ମ ଦେଖିଛନ୍ତି ଅଲ୍ଲୁ ଅର୍ଜୁନ ଓ ରଶ୍ମିକା । ସାରା ବିଶ୍ବରେ ୧୦ ହଜାରରୁ ଅଧିକ ସିନେମା ହଲରେ ରିଲିଜ ହୋଇଛି ଫିଲ୍ମ । ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ସବୁ ରେକର୍ଡ କାଟିଛି ପୁଷ୍ପା । ‘ପୁଷ୍ପା ୨’ ବିଦେଶୀ ବକ୍ସ ଅଫିସରେ ୩୦ କୋଟିରୁ ଅଧିକ ଟଙ୍କା ପୂର୍ବରୁ ବିକ୍ରି କରିଛି । ଯେତେବେଳେ କି ଭାରତରେ ୭୫ କୋଟିରୁ ଅଧିକ ମୂଲ୍ୟର ପୂର୍ବ ବିକ୍ରୟ କରାଯାଇଛି। ‘ପୁଷ୍ପା ୨’ , ‘କଲ୍କି 2898AD’ ପରେ ସାରା ବିଶ୍ୱରେ ୧୦୦ କୋଟି ଟଙ୍କାର ଆଡଭାନ୍ସ ବୁକିଂ ହାସଲ କରିବାରେ ଏହା ୨୦୨୪ର ଦ୍ୱିତୀୟ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି । ନିର୍ମାତାମାନେ ଗତ ମଙ୍ଗଳବାରରେ ‘ପୁଷ୍ପା ୨’ର ଆଡଭାନ୍ସ ବୁକିଂ ବିଷୟରେ ଅପଡେଟ୍ ସେୟାର କରିଥିଲେ । ସେୟାର ହୋଇଥିବା ପୋଷ୍ଟର କ୍ୟାପସନରେ ଲେଖାଅଛି, ‘ପୁଷ୍ପା ୨: ଦ ରୁଲ’ ଆଡଭାନ୍ସ ବୁକିଂ ସହିତ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି ।