ସୋରଡ଼ା ସହର ର ସମସ୍ତ ଉଠା ଦୋକାନୀ ମାନେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ରେ ଋଣ ନେଇ ନିୟମ ଅନୁଯାଇ ପରିଶୋଧ କରିବାକୁ କୁହାଯାଇଛି I 18 ନଭେମ୍ବର ରୁ 2 ଡିସେମ୍ବର ପର୍ଯ୍ୟନ୍ତ ଏନଏସି ତରଫରୁ ସ୍ୱନିଧି ସ୍ୱାଭିମାନ ପକ୍ଷ ପାଳନ ଅବସରରେ ସହର ର ସମସ୍ତ ଉଠା ଦୋକାନୀଙ୍କୁ ଏହି ଯୋଜନା ସମ୍ବନ୍ଧ ରେ ସଚେତନ କରାଯାଉଛି I କର୍ମଚାରୀ ମାନେ ବୁଲି ବୁଲି ପ୍ରଚାର ପତ୍ର ବଣ୍ଟନ କରିଛନ୍ତି I ସମସ୍ତେ ସାମିଲ ହୁଅନ୍ତୁ ଆତ୍ମନିର୍ଭରଶୀଳ ହୁଅନ୍ତୁ ବୋଲି କୁହାଯାଇଛି I ଉଠା ଦୋକାନୀ ରାଜା ଦାସ କହିଛନ୍ତି ଏହା ଏକ ବଳିଷ୍ଠ ଯୋଜନା ନିଜକୁ ଆର୍ଥିକ ଶକ୍ତିଶାଳୀ କରିବାକୁ ନିୟମ ଅନୁଯାଇ ଆମେ ଅଗ୍ରସର ହେବୁ I ସୂଚନା ଯୋଗ୍ୟ ଯେ ଏଥିରେ ସହର ର ବହୁ ହିତାଧିକାରୀ ସାମିଲ ହୋଇ ପ୍ରଥମ କିସ୍ତି ନେଇ ତାକୁ ବ୍ୟବସାୟ ରେ ନିଯୋଗ କରି ଋଣ ପାରଶୋଧ କରି ପୁଣି ଦ୍ୱତୀୟ କିସ୍ତି ନେଇସାରିଲେଣି I