ସୁନ୍ଦରଗଡ଼: ଗତ କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସର ରେ ସ୍ଥାନୀୟ ଯତରା ପଡ଼ିଆ ଠାରେ ଆୟୋଜିତ ସୁଭଦ୍ରା ଯୋଜନା ର ପ୍ରଥମ କିସ୍ତି ର ତୃତୀୟ ପର୍ଯ୍ୟାୟ ସହାୟତା ରାଶି ବଣ୍ଟନ ହୋଇଥିଲା। ଏହି ଅବସର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଜିଲ୍ଲା ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ , ଯୋଜନା ଆଦିର ଉଦଘାଟନ, ଶୁଭାରମ୍ଭ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା ୨୮୮ ଗୋଟି ପ୍ରକଳ୍ପ ଯାହାର ହାରାହାରି ବ୍ୟୟ ଅଟକଳ ମୂଲ୍ୟ ହେଉଛି ୩୧୨.୦୩ କୋଟି । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଥିଲା ବିଭିନ୍ନ ବ୍ଲକ ର ଅଙ୍ଗନୱାଡ଼ି ଗୃହ ଏବଂ ମଡେଲ ଅଙ୍ଗନୱାଡ଼ି ଗୃହ ର ନିର୍ମାଣ, କେତେକ ପି. ଏଚ୍. ସି. ଗୁଡ଼ିକର ମରାମତି ଏବଂ ନବୀକରଣ ତଥା ଷ୍ଟାଫ୍ କ୍ୱାର୍ଟର ଗୁଡ଼ିକର ମରାମତି, ପାଚେରୀ ନିର୍ମାଣ, ବିଦ୍ୟାଳୟ ଗୁଡିକରେ ଭିତ୍ତିଭୂମି ର ବିକାଶ ତଥା ଉନ୍ନତିକରଣ, ଷ୍ଟାଫ୍ କ୍ୱାର୍ଟର ନିର୍ମାଣ,ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ପୃଥକ୍ ପୃଥକ୍ ହଷ୍ଟେଲ ନିର୍ମାଣ, ହଷ୍ଟେଲ ଗୁଡ଼ିକର ନବୀକରଣ , ବିଭିନ୍ନ ଏସ ଏସ ଡି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପୃଥକ୍ ପୃଥକ୍ ହଷ୍ଟେଲ ନିର୍ମାଣ, ରାସ୍ତା ନିର୍ମାଣ ତଥା ପ୍ରଶସ୍ତିକରଣ, ସେତୁ ନିର୍ମାଣ, ଯାତ୍ରୀ ପ୍ରତିକ୍ଷାଳୟ ତଥା ଆମ୍ବୁଲାନ୍ସ ଓ ଚାରି ଚକିଆ ଯାନ ପାଇଁ ଗ୍ୟାରେଜ ନିର୍ମାଣ, ଟ୍ରଂସଫର୍ମର ପ୍ରତିଷ୍ଠା, ଡ୍ରେନ ନିର୍ମାଣ, ଡ୍ରେନ ସହ ସ୍ଲାବ ର ନିର୍ମାଣ, ସ୍ୱରେଜ୍ ର ମରାମତି ଏବଂ ନବୀକରଣ, ପାନୀୟ ଜଳ ଯୋଗାଣ, ଅଫିସ କାର୍ଯ୍ୟାଳୟ , ବହୁ ଉପଯୋଗୀ ଗୋଷ୍ଠି କେନ୍ଦ୍ର ଆଦି।
ସେହିପରି ୮୧.୦୨ କୋଟି ମୂଲ୍ୟ ୪ ଗୋଟି ପ୍ରକଳ୍ପ ଯଥା – ଜିଲ୍ଲା ର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ମଧ୍ୟ ସ୍କୁଲରେ ଦିଆଯିବ ମାଗଣାରେ ମଧ୍ୟାହ୍ନ ଭୋଜନ ସାଙ୍ଗକୁ ପାଠ୍ୟପୁସ୍ତକ। ସେହିପରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଯୋଗ୍ୟତା ଅନୁସାରେ ଦିଆଯିବ ଛାତ୍ରବୃତ୍ତି ।
ଜିଲ୍ଲାର ସମସ୍ତ ବ୍ଲକ ରେ କଳିକା କେନ୍ଦ୍ର ସ୍ଥାପନ ଆଦି ପ୍ରକଳ୍ପ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ।
ସେହିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ୬୯୨ ଗୋଟି ପ୍ରକଳ୍ପ ର ଶୁଭ ଉଦଘାଟନ କରିଥିଲେ ଯାହାର ମୂଲ୍ୟ ହେଉଛି ୮୦୮.୩ କୋଟି। ଏହି ପ୍ରକଳ୍ପ ଗୁଡ଼ିକ ହେଉଛି ବିଭିନ୍ନ ବ୍ଲକ ରେ ଉପ କେନ୍ଦ୍ର ବିଲ୍ଡିଂ, ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ଇ – ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷା କେନ୍ଦ୍ର, ସ୍ମାର୍ଟ କ୍ଲାସ କକ୍ଷ, ମହାବିଦ୍ୟାଳୟ ମାନଙ୍କରେ ମରାମତି ଓ ନବୀକରଣ,ବିଦ୍ୟାଳୟ ଗୁଡିକରେ ଅତିରିକ୍ତ କ୍ଲାସ କକ୍ଷ, ନୂତନ ବିଦ୍ୟାଳୟ ଗୃହ, ବିଦ୍ୟାଳୟ ମାନଙ୍କରେ ଭିତ୍ତିଭୂମି ର ବିକାଶ, ହଷ୍ଟେଲ ଗୁଡ଼ିକର ଉନ୍ନତିକରଣ, ଡାଇନିଂ କକ୍ଷ, ଷ୍ଟାଫ୍ କ୍ୱାର୍ଟର, ମଡେଲ ଅଙ୍ଗନୱାଡ଼ି କେନ୍ଦ୍ର, ଗ୍ରାମ୍ୟ ଶିଳ୍ପ ପାର୍କ, ଗୋଷ୍ଠି ଉଠା ଜଳ ସେଚନ ପ୍ରକଳ୍ପ,ଅନ୍ୟାନ୍ୟ ଉଠା ଜଳ ସେଚନ ପ୍ରକଳ୍ପ, ଖେଳ ପଡିଆ ର ବିକାଶ, ଗାଧୁଆ ଘର ଏବଂ ଶୌଚାଳୟ ସହିତ ଛାତ୍ରାବାସ, ଲେମନ ଗ୍ରାସ ନିଷ୍କର୍ଷଣ ୟୁନିଟ, ସେତୁ, ବିଭିନ୍ନ ରାସ୍ତା, ବିଭିନ୍ନ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆପତକାଳୀନ କମ୍ପେକ୍ସ, ମୋଡୁଲାର ରୋଷେଇ ଘର ଆଦି, ମିନି ପାର୍କ, ପାଦ ଚଲା ପଥ, ଜାତୀୟ ରାଜପଥ ୨୩ ର ଉନ୍ନତିକରଣ, କେନାଲ ସର୍ଭିସ ରୋଡ ର ଉନ୍ନତିକରଣ, ଶୌଚାଳୟ ଆଦି ପ୍ରମୁଖ ରହିଥିଲା।