ଯାଜପୁର ଜିଲ୍ଲା ଧର୍ମଶାଳା ଅନୁସୂଚିତ ଜାତି ଓ ଉପଜାତି ସଂଘ ପକ୍ଷରୁ ଧର୍ମଶାଳା ଥାନାରେ ଦାବି ପତ୍ର ପ୍ରଦାନ କରାଯାଇଛି। ଗତ ବୁଧବାର ରାତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ଉପରେ ମରଣାତ୍ମକ ଆକ୍ରମଣ ହେବା ସମୟରେ ସେଠାରେ ଉପସ୍ଥିତ ଥିବା କାଏମା ପଂଚାୟତର ମହେଶ ମଳିକ ଙ୍କୁ କିଛି ଗୁଣ୍ଡା ଶ୍ରେଣୀୟ ଲୋକେ ମାରିବା ସହ ଜାତି କୁ ଆକ୍ଷେପ କରି ଗାଳି ଗୁଲଜ କରିଥଲେ। ଏହାର ବିରୋଧରେ ସେହି ସମୟରେ ଯାଜପୁର ସଦର ଥାନା ରେ ଅଭିଯୋଗ ଦିଆଯାଇ ଥିଲା। କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ଅଭିଯୁକ୍ତ କୁ ଗିରଫ କରା ଯାଇନଥିବାରୁ ଧର୍ମଶାଳା ଥାନା ଅଧିକାରୀ ଙ୍କ ନିକଟରେ ଯାଜପୁର ଏସ ପି ଙ୍କୁ ଦାବି ପତ୍ର ଦେଇଛନ୍ତି। ଯଥାଶୀଘ୍ର ଦୋଷୀ ବିରୋଧରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗମୀ ଦିନରେ ଅନୁସୂଚିତ ଜାତି ଓ ଉପଜାତି ସଂଘ ପକ୍ଷରୁ ଏହାର ବିରୋଧରେ ରାଜରାସ୍ତାରେ କୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।