ସୋରଡ଼ା ବ୍ଲକ ସନ୍ଧିକେନ୍ଦୁ ଗ୍ରାମରେ ବାଲୁଙ୍କେଶ୍ୱର ମନ୍ଦିର ପୁନଃରୁଦ୍ଧାର ନିମନ୍ତେ ଆୟୋଜିତ ବିଶ୍ୱ ଶାନ୍ତି ମହାଯଜ୍ଞ ରେ ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ଠାକୁର ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ I ସରବାଡି ଗ୍ରାମରେ ପହଂଚି ଲୋକଙ୍କ ସହ ଭାବ ବିନିମୟ ଓ ସମସ୍ୟା ପଚାରି ବୁଝିଥିଲେ Iଏହି ଅବସରରେ ସବୁ ଜାଗାରେ ସମବେତ ଜନତା ଙ୍କ ସହ ବିଭିର୍ଣ୍ଣ ସମସ୍ୟାର ଆଲୋଚନା ସହ ନିରାକରଣ ବ୍ୟବସ୍ଥା ମଧ୍ୟ କରୁଛନ୍ତି I ମୁଖ୍ୟ କଥା ହେଲା ଯେଉଁ ଠିକୁ ଯାଉଛନ୍ତି ଗାଡ଼ିରୁ ଓଲ୍ହାଇବା କ୍ଷଣି ହାତରେ ଗୋଟେ ଡ଼ାଇରୀ, କଲମ ଧରି ଯାଉଥିବା ଦେଖିବାକୁ ମିଳିଛି I ଯିଏ ଯେଉଁ ସମସ୍ୟା, ଆବଶ୍ୟକତା ବିଷୟରେ କହିବା କ୍ଷଣି ନିଜେ ଡ଼ାଇରୀ ରେ ଟିପୁ ଛନ୍ତି I ସମସ୍ୟା ପ୍ରସଙ୍ଗ ରେ ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରି ସମାଧାନ ପାଇଁ କହୁଛନ୍ତି I ଯଜ୍ଞ ରେ ଦର୍ଶନ ପରେ ଅଭିଯୋଗ ଶୁଣାଣି ସହସମସ୍ୟା କୁ ଲିଖିତ ଭାବେ ରଖିବା ଏକ ସୁଦୃଢ କାର୍ଯ୍ୟ ଦକ୍ଷତା ବୋଲି କୁହାଯାଇଛି I ସବୁ ଜାଗାରେ ସେ ଗୋଟେ କଥା ସମସ୍ତଙ୍କୁ କହି ଚାଲିଛନ୍ତି ଚରିତ୍ରବାନ ହୁଅ ଶୃଙ୍ଖଳିତ ଭାବେ ସବୁ କାର୍ଯ୍ୟ କର ଯେପରିକି ସମାଜ ସବୁବେଳେ ରୁଦ୍ଧିମନ୍ତ ହେବ I ପ୍ରତି ଗ୍ରାମରେ ଲୋକଙ୍କ ସହ ଭାବ ବିନିମୟ କରୁଛନ୍ତି I ଉଗ୍ର ଆଧୁନିକତା ରୁ ଦୁରେଇ ରହି ସଂସ୍କୃତି ପରମ୍ପରା କୁ ବଜାୟ ରଖିବାକୁ ସମସ୍ତ ଙ୍କୁ ନିବେଦନ କରୁଛନ୍ତି I ରାଧା ମୋହନ ସ୍ୱାଇଁ, ଜୟରାମ ପାତ୍ର, ଶିବ ଦିଗାଲ, ବୁଲୁ ସ୍ୱାଇଁ, ଜଗଦୀଶ ରାଜୁ, ସିମାଞ୍ଚଳ ଅଧିକାରୀ,ସୁରେନ୍ଦ୍ର ସାହୁ, ବୁଲୁ ସ୍ୱାଇଁ, ଲିଟୁ ବିଷୋୟୀ, ରଜନୀ ମହାପାତ୍ର,ପ୍ରମୁଖ ବିଭିର୍ଣ୍ଣ ସ୍ଥାନ ରେ ଯୋଗ ଦେଉଛନ୍ତି.