ସୋରଡ଼ା ରେ ଗତ 10 ନଭେମ୍ବର 2023 ରେ ବରିଷ୍ଠ ଦେୱାନୀ ଅଦାଲତ ଶୁଭାରମ୍ଭ ହୋଇଥିଲା l ଏହାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ମଙ୍ଗଳବାର ସ୍ଥାନୀୟ ଓକିଲ ସଙ୍ଘ ତରଫରୁ ବର୍ଷ ପୂର୍ତ୍ତି ସମାରୋହ ଆୟୋଜନ କରାଯାଇଥିଲା ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ନୀଳମଣି ବିଶୋଇ ଯୋଗ ଦେଇଥିଲେ I ପ୍ରଥମେ ଦୀପ ପ୍ରଜ୍ବଳନ ପରେ ସଦସ୍ୟ ଭଗବାନ ମୁନି ସଙ୍ଗୀତ ଗାନ କରିଥିଲେ I ସଙ୍ଘ ସଭାପତି ଶିବପ୍ରସାଦ ବାହିନୀ ପତି ଙ୍କ ସଭାତି ତ୍ୱରେ ଆୟୋଜିତ ସଭାରେ ଆଇନଜୀବୀ ପ୍ରଭାତ କୁମାର ପାଢ଼ୀ ଙ୍କ ପରିଚାଳନାରେ ଶ୍ରୀବଛ ସାହୁ, ସମ୍ପାଦକ କାଳୀ ପାଢ଼ୀ, ଅରୁଣ ଦାସ ମଂଚାସୀନ ଥିଲେ I ସଙ୍ଘ ତରଫରୁ ମନୋଜ ଖା ଡେଙ୍ଗା ବିଧାୟକ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦେଇଥିଲେ l ଆଇନ ଜୀବି ମାନେ ହେଲେ ସମାଜରେ ଶାନ୍ତି ସହବସ୍ଥାନ ପାଇଁ ମାର୍ଗ ଦର୍ଶକ I ସେମାନେ ଚାହିଁଲେ ସବୁ ବର୍ଗ ର ଜନସାଧାରଣ ସୁଖ ଆନନ୍ଦରେ ଜୀବନ ଅତିବାହିତ କରିପାରିବେ I ସମାଜରେ ଅନ୍ୟାୟ, ଅତ୍ୟାଚାର ତଥା ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତି ମାନଙ୍କୁ ଆଇନଜୀବୀ ମାନେ ସମାଜ ର ମୁଖ୍ୟ ସ୍ରୋତ କୁ ଆଣିବାକୁ ଚେଷ୍ଟା କରନ୍ତୁ l ସମାଜ କୁ ସମସ୍ତେ ଭୟ କରନ୍ତି ତେଣୁ ଅନୀତି, ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ସାମାଜିକ ଘୃଣାଭାବ ର ଭୟ ଦେଖାଇ ଏକ ସୁସ୍ଥ ଜୀବନ ଜାପନ ପାଇଁ ପ୍ରବାର୍ତ୍ତାଇବା ଦ୍ୱାରା ବିକଶିତ ଅଂଚଳ ଗଠନ କରିହେବ I ଥରେ ଜଣେ ଦୋଷୀ ହୋଇ ଜେଲ ଯାଇ ଜାମିନ ରେ ଆସିବା ପରେ ତାକୁ ଆପଣ ମାନେ ଚରିତ୍ରବାନ କରାଇବାକୁ ଚେଷ୍ଠା କଲେ ସେ ପୁନର୍ବାର ଆଉ ଦୋଷ କରିବାକୁ ଇଛା କରିବନି I ଚିତ୍ର ନୁହେଁ ଚରିତ୍ର ବଦଳିଲେ ଦେଶ ବଦଳିବ ବୋଲି ଶ୍ରୀ ବିଶୋଇ କହିଥିଲେ l ପରେ ସଙ୍ଘ ତରଫରୁ ନୂତନ କରି ସୋରଡ଼ା ଆଇନଜୀବୀ କଲ୍ୟାଣ ପାଣ୍ଠି ଗଠନ ଶୁଭାରମ୍ଭ ଘୋଷଣା କରାଯାଇଥିଲା l କଲ୍ୟାଣ ପାଣ୍ଠି ପାଇଁ ଆର୍ଥିକ ଯୋଗଦାନ କରିଥିବା ଆଇନ ଜୀବି ମାନଙ୍କୁ ବିଧାୟକ ଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଆଇନଜୀବୀ ପ୍ରଭାତ ପାଢ଼ୀ, ଡୁଲୁ ପାଳ, ନୀଳାଞ୍ଚଳ ବିଶୋଇ, ଅରୁଣ ଦାସ, ଭଗବାନ ମୁନି,ମନୋଜ ପାତ୍ର ସଭାପତି ଶିବ ପ୍ରସାଦ ବାହିନୀ ପତି, ସମ୍ପାଦକ କାଳୀ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ