ବିଶିଷ୍ଟ ଶିକ୍ଷାବିତ, ସଂସ୍କୃତି ପୁରୁଷ,ବର୍ଷିଆନ ସମାଜସେବୀ,କ୍ଷୀରୋଦ ଚନ୍ଦ୍ର ଲେଙ୍କାଙ୍କ ଦ୍ଵାଦଶାହ ତିଥିରେ,ନୁର୍ତ୍ତାଙ୍ଗ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ ମାଧବ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମାହାଙ୍ଗାର ଶିକ୍ଷା, ସାହିତ୍ୟ, ସଂସ୍କୃତି ଏବଂ ସାମାଜିକ ବିକାଶ କ୍ଷେତ୍ରରେ କ୍ଷୀରୋଦ ଚନ୍ଦ୍ରଙ୍କ ଅନବଦ୍ୟ ଅବଦାନ ଚିର ସ୍ମରଣୀୟ ବୋଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମତବ୍ୟକ୍ତ
କରିଥିଲେ l ଏହି ଉତ୍ସବରେ ଡକ୍ଟର ପ୍ରତାପ କୁମାର ଚୌଧୁରୀ, ଡକ୍ଟର ଅଜିତ କୁମାର ମହାପାତ୍ର, ଶିକ୍ଷାବିତ ଅଭୟ ଚରଣ ପଣ୍ଡା, ଜନ କଲ୍ୟାଣ ମଞ୍ଚ ସଭାପତି ସୂର୍ଯ୍ୟମଣି ସାମଲ,ପ୍ରଧାନ ଶିକ୍ଷୟିତ୍ରୀ ନିର୍ମଳା ପ୍ରହରାଜ,ସାହିତ୍ୟିକ ଅଖିଳେଶ ମହାନ୍ତି,ପଦ୍ମନାଭ ବେହେରା, ଶିକ୍ଷାବିତ ଶିବ ପ୍ରସାଦ ଦାଶ, ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦିବଂଗତ କ୍ଷୀରୋଦ ଚନ୍ଦ୍ରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଗୁରୁ ଚରଣ ମହାନ୍ତି, ଅଲେଖ ଚନ୍ଦ୍ର ବଳବନ୍ତରାୟ,ଜଳଧର ପରିଡା, ବିଷ୍ଣୁ ଚରଣ ସାହୁ, ଦୀପକ କୁମାର ମହାନ୍ତି, ଅଚ୍ୟୁତ ସାମଲ, ଯାଜ୍ଞସେନୀ ଜେନା, ଉମେଶ ଚନ୍ଦ୍ର ଭଞ୍ଜ, ରାମଚନ୍ଦ୍ର ବେହେରା,କୀର୍ତ୍ତିଷା ଷଢଙ୍ଗୀ ପ୍ରମୁଖ ସ୍ବର୍ଗତ ଲେଙ୍କାଙ୍କ ସ୍ମୁତି ଚାରଣ କରିବା ସହିତ ତାଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l କ୍ଷୀରୋଦ ଚନ୍ଦ୍ରଙ୍କ ସ୍ମୁତିରେ ପ୍ରକାଶିତ ସ୍ମରଣିକା “ଶ୍ରଦ୍ଧା ସୁମନ” ବିଧାୟକ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ଏହି ଅବସରରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୁବାସ ଦାସ, ଶୈଳଭାମା ଦେବୀ, ସୌରଭ ନାୟକ ପ୍ରମୁଖ ଭଜନ ପରିବେଷଣ କରିଥିଲେ l ସ୍ବର୍ଗତ ଲେଙ୍କାଙ୍କ ଜ୍ୟେଷ୍ଠ ପୁତ୍ର ରାଜେନ୍ଦ୍ର ଲେଙ୍କା, ପୁତ୍ର ଜିତେନ୍ଦ୍ର ଲେଙ୍କା, ଜ୍ଞାନେନ୍ଦ୍ର ଲେଙ୍କା,ଏବଂ କନ୍ୟା ମଧୁସ୍ମିତା, ସସ୍ମିତା ଏବଂ ବଂଧୁ ପରିବାର ବର୍ଗ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ