ସୁକିନ୍ଦା ବ୍ଲକ ସଭା ଗୃହରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ. ସୁକିନ୍ଦା ବ୍ଲକ କାର୍ଯ୍ୟାଳୟରେ ସୋମବାର ଦିବା 10 ଘଟିକା ସମୟରେ ସୁକିନ୍ଦା ବ୍ଲକ ସଭା ଗୃହରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଳା ପାଳ ପି ଅନ୍ୱେଷା ରେଡ୍ଡୀଙ୍କ ତତ୍ତ୍ଵାବଧାନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ମାନଙ୍କ ଉପସ୍ଥିତରେ ଏହି ଅଭିଯୋଗ ଶୁଣାଣୀ ଶିବିର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ମାନେ ତାଙ୍କର ବିଭିନ୍ନ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରୁଥିବା ଦେଖିବାକୁ ମିଳିଛି ।