ଟୁଙ୍ଗେଇଶୁଣିରେ ମନ୍ତ୍ରୀଙ୍କ ଉପସ୍ଥିତରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ. ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ କିଆଝର ପଞ୍ଚାୟତ ଅନ୍ତର୍ଗତ ଟୁଙ୍ଗେଇଶୁଣିରେ ମନ୍ତ୍ରୀ ଡ୍ଡ ପ୍ରଦୀପ ବଳସାମନ୍ତଙ୍କ ଉପସ୍ଥିତରେ ଶୁକ୍ରବାର ଦିବା 1 ଘଟିକା ସମୟରେ ବିଜେପି ଦଳ ପକ୍ଷରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି
। ସାରୁଆବିଲ ଓ କମର୍ଦ୍ଦାର 120 ଜଣ ଖଣି କର୍ମଚାରୀ ଓ ଶ୍ରମିକଙ୍କ ସହିତ 300 ରୁ ଉର୍ଦ୍ଧ ଅଞ୍ଚଳ ବାସି ଏହି ମହାମିଶ୍ରଣ ପର୍ବରେ ସାମିଲ ହୋଇ ମନ୍ତ୍ରୀଙ୍କ ହାତରୁ ବିଜେପି ଦଳୀୟ ଉତ୍ତରି ଓ ଟୋପି ଗ୍ରହଣ କରିଥିଲେ । ଏଥି ସହ ମନ୍ତ୍ରୀ ଓ ମୋହନ ସରକାଙ୍କ ପ୍ରତି ନିସର୍ତ୍ତ ଆନୁଗତ୍ୟ ପ୍ରକାଶ କରିଥିଲେ ।