ଚାଷୀଙ୍କ ପାଇଁ ଚିନ୍ତା ବଢ଼ାଉଛି ହାତୀପଲ। ଅମଳ ଯୋଗ୍ୟ ଫସଲ ଖାଇବେ ଯାହା ନଷ୍ଟ କରୁଛନ୍ତି ତାଠୁ ଅଧିକ । ନାଚାର ଚାଷୀ ଅସହାୟ ବନବିଭାଗ । ହାତୀପଲକୁନେଇ ବଢ଼ି ଚାଲିଛି ଚାଷୀଙ୍କ ମୁଣ୍ଡବିନ୍ଧା । ତେବେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ପୁଣି ଲେଉଟିଲେ ୨୮ ଟିକିଆ ଝାରଖଣ୍ଡୀ ହାତୀପଲ। ଆଜି ସକାଳୁ ସକାଳୁ କେନ୍ଦୁଝର ବନଖଣ୍ଡ ପାଟଣା ଅଞ୍ଚଳରୁ ବୈତରଣୀ ନଦୀ ପାର ହୋଇ ବଡ଼ଦେଉଳି ଗ୍ରାମ ଜଙ୍ଗଲରେ ଡେରା ପକାଇଛନ୍ତି। ଆସିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ସୂଚନା। ହାତୀପଲ ଆସିବା ଦ୍ଵାରା ଆଖପାଖ ୧୫ରୁ୨୦ଟି ଗାଁ ଏବେ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି। ହାତୀପଲର ଗତିବିଧି ଉପରେ ବନବିଭାଗ ତୀକ୍ଷ୍ଣ ନଜର ରଖିଥିଲେ ବି ବର୍ତ୍ତମାନ ଅଞ୍ଚଳରେ ଚାଷ ଅମଳର ଦିନ ଥିବାରୁ ଚାଷୀମାନେ ଏବେ ଚିନ୍ତାରେ। କାରଣ ବର୍ଷକର ପରିଶ୍ରମ ଗୋଟିଏ ମିନିଟରେ ହାତୀପଲ ମାଡି ଦୋଳି ଦେଉଥିବା କାରଣରୁ ଚିନ୍ତାରେ ଚାଷୀ । ତେଣୁ ଏ ଅଞ୍ଚଳରୁ ତୁରନ୍ତ ହାତୀପଲକୁ ବନବିଭାଗ ଘୋଉଡେଇବା ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ଚାଷୀ ଏବଂ ଅଞ୍ଚଳବାସୀ।