ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସର ରେ ସୁବର୍ଣ୍ଣରେଖା ଟ୍ରକ ଏବଂ ଟିପର ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ,ବାଲି, ମାଟି, ଗୋଡି, ମେଟାଲ, ଚିପ୍ସ ଆଦି ଲଘୁ ଖଣିଜ ଦ୍ରବ୍ଯ ଉତ୍ତୋଳନ ଓ ପରିବହନ ଉପରେ ଏବେ ସରକାର ଅଙ୍କୁଶ ଲଗାଇବା ସହ ଗାଡି ଜବଦ ହେଲେ ଅନ୍ଯୁନ ଦୁଇ ଲକ୍ଷ ଟଙ୍କା ଜୋରିମନା ଆଦାୟ ପାଂଇ ସରକାର ଘୋଷଣା କରିଛନ୍ତି, ଏହା ଜଣା ପଡିବା ପରେ ବାଲିଆପାଳ, ବସ୍ତା, ଜଳେଶ୍ୱର, ଭୋଗରାଇ ବ୍ଲକ କୁ ନେଇ ଗଠିତ ସୁବର୍ଣ୍ଣ ରେଖା ଟ୍ରକ ଟିପର ସଂଘ ଆଜି ବାଲିଆପାଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସରକାରଙ୍କ ଏହି ଆଇନ ବିରୋଧ ରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି, ସଂଘ ର ସଭାପତି ସୌମ୍ୟ ଦୀପ ଚକ୍ରବର୍ତ୍ତୀ ଓ ସହଯୋଗୀ ଟ୍ରକ ଟିପର ର ମାଲିକ ମାନେ ସରକାର ଙ୍କ ଏହି ଆଇନ କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦୃଢ଼ ଦାବି କରିଛନ୍ତି ।