ଯାଜପୁର ଜିଲ୍ଲା ନୀଳାଚଳ ଇସ୍ପାତ ରେ ଶ୍ରମିକ ନିଖୋଜର ନୂଆ ମୋଡ. ସଂପୃକ୍ତ ଯୁବକକୁ କାର୍ଯ୍ୟ କରୁଥିବା ସ୍ଥାନରେ ମାରି ପୋତି ଦିଆଯାଇଥିବା ସୂଚନା।ମୁତ୍ଯୁ ସିଲୁ ପ୍ରଧାନ ର ଶବ ପୋତା ହୋଇଥିବା ସ୍ଥାନକୁ ଗଣମାଧ୍ୟମ କୁ ବାରଣ କରି ରାତି ଅଧିଆ ପରିବାରକୁ ୧୫ ଲକ୍ଷ ଟଙ୍କା ସହିତ ଆଉଟ୍ ସୋର୍ସିଂରେ ଜଣେ ଚାକିରି ଯୋଗାଇ ଦେବାକୁ ଲିଖିତ ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଛି। ମାତ୍ର ମୃତ୍ୟୁ ବରଣ ର ପ୍ରକୃତ କାରଣ କ’ଣ ବୋଲି ସାଧାରଣରେ ଆଲୋଚନା ହୋଉଥିବା ବେଳେ ରାତି ଅଧିଆ ପରିବାରକୁ କ୍ଷତିପୂରଣ ଓ ଗଣମାଧ୍ୟମ କୁ ବାରଣ କରିବା ଯୋଗୁଁ ସମ୍ପୁର୍ଣ୍ଣ ଘଟଣା କୁ ସନ୍ଦେହ ଘେରକୁ ଟାଣି ଆଣୁଛି। ତେଣୁ ଏହାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କଲେ ବହୁ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।