କୋରାପୁଟ ଜିଲ୍ଲା ମାଓ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ ଏକ ରାସ୍ତା ନିର୍ମାଣ ନିମନ୍ତେ ଏକ ହାଇ ହାଇୱା ଗାଡ଼ି ଯାହାର ରେଜିଷ୍ଟ୍ରେସନ ନମ୍ବର OD 02CU- 3679 ରେ ସେମିଳିଗୁଡା ଏକ ଘରୋଇ କ୍ରସରରୁ ମେଟାଲ ଲୋଡ୍ କରି ନାରାୟଣପାଟଣା ପାହାଡ ଗଡାଣିଆ ରାସ୍ତା ଦେଇ ଯାଉଥିବା ସମୟରେ ପ୍ରଥମେ ଟାୟାରରେ ନିଆଁ ଲାଗି ଥିବା ଦେଖି ଲୋକେ ଡ଼୍ରାଇଭରକୁ କହିଥିବାରୁ ହାଲ୍ଲା କରି କହିଥିବାରୁ ଡ଼୍ରାଇଭର ତେନ୍ତୁଳିପଦର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁତୁଡ଼ି ଗ୍ରାମ ନିକଟରେ ଗାଡ଼ି ରଖି ଓହ୍ଲେଇ ଦେଖିଲା ବେଳକୁ ହାଇୱା ହୁଁ ହୁଁ ହୋଇ ଜଳିଗଲା । ଘଟଣା ସ୍ଥଳରେ ନାରାୟଣପାଟଣା ଅଗ୍ନିଶ୍ରମ ଗାଡ଼ି ପହଞ୍ଚି ନିଆଁ ଲିଭାଇଲା ବେଳକୁ ହାଇୱା ଗାଡ଼ି ସମ୍ପୁର୍ଣ୍ଣ ଜଳି ଯାଇଥିଲା।