ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ତଣ୍ଡାମୁଣ୍ଡା ଜଙ୍ଗଲରେ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରିବା ଘଟଣାର ରହସ୍ୟ ଉପରୁ ପରଦା ଉଠାଇଛି ବଲାଙ୍ଗିର ପୁଲିସ । ସ୍ଵତନ୍ତ୍ର ପୁଲିସ ଟିମ ର ରାଜ୍ୟ ବାହାରକୁ ଗ୍ରସ୍ତ ଏବଂ ୬ ଦିନର ତଦନ୍ତ ପରେ ମୁଖ୍ୟ ଅଭିଯିକ୍ତ ସମେତ ୮ ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଝାରଖଣ୍ଡ ରାଜ୍ୟ ବକାରୋ ସହରର ଆଶୁତୋଷ ଗୌତମ ,ଗୌରବ କୁମାର ,ଚନ୍ଦନ କୁମାର , କୌଶଳ କୁମାର,ଏବଂ ବିହାର ରାଜ୍ୟ ଔରଙ୍ଗାବାଦ ସହରର ବାଦଲ କୁମାର ,ରାଜୀବ ଗୌତମ,ବିଶାଳ କୁମାର,ଏବଂ ବଲାଙ୍ଗିର ସହର ମାଲପଡ଼ା ର ଡବଲୁ ଓରଫ ରାଜେନ୍ଦ୍ର ସେଠ୍ ବୋଲି ଜଣାପଡିଛି । ସେମାନଙ୍କ ଠାରୁ ଏକ କାର, ଅlକ୍ଟଭା ସ୍କୁଟର, ଛୁରୀ, ଦେଶୀ ବନ୍ଧୁକ, ୨ ଟି ଅଫୁଟା ଗୁଳି, ୧୦ ଟି ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଜିନିଷ ସବୁ ଜବତ କରାଯାଇଥିବା ଜଣାପଡିଛି । ଏନେଇ ବଲାଙ୍ଗିର ପୁଲିସ ତରଫରୁ ମଙ୍ଗଳବାର ରାତି ୧୦ଟା ରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ସୂଚନା ଦିଆଯାଇଛି । ଡିଆଇଜି ବଲାଙ୍ଗିର ପୁଲିସ କୁ ପ୍ରଶଂସା କରିଛନ୍ତି।
ଏସପିଙ୍କ କହିବା ଅନୁସାରେ ମୃତ ମହମ୍ମଦ ଜାବେଦ ଏବଂ ପଲକ୍ ମିଶ୍ର ଦୀର୍ଘ ୪ ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ । ମୃତ ଜାବେଦ ଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶୁତୋଷ ଗୌତମ ଓରଫ ବବଲୁ କିଲୋ ଜଣେ ବିଲଡର ଏବଂ ଜମି ଦଲାଲ ଥିଲା । ଜାବେଦ ବବଲୁ କିଲୋ ର ଅଧିନରେ କାମ କରୁଥିଲା । ଗତ ୬ ମାସ ତଳେ ଜାବେଦ ବବଲୁ ଠାରୁ ୭ ଲକ୍ଷ ଟଙ୍କା ଆଣିଥିଲା । କିନ୍ତୁ ଆଉ ଫେରାଇ ନଥିଲା । ଜାବେଦ ଏବଂ ପଲକ୍ ବଲାଙ୍ଗିର ରେ ଆସି ରହୁଥିବା ବେଳେ ଗତ ୨୩ ତାରିଖ ଦିନ ଅଭିଯୁକ୍ତ ମାନେ ତାଙ୍କର ଭଡା ଘରକୁ ଯାଇଥିଲେ । ସେଠାରେ ପ୍ରବଳ ଯୁକ୍ତି ତର୍କ ହୋଇଥିଲା । ପରେ ଅଭିଯୁକ୍ତ ମାନେ ଜାବେଦ ଓ ପଲକ୍ ଙ୍କୁ ବାନ୍ଧି ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଓ ଜବତ ହୋଇଥିବା କାର ରେ ସେମାନଙ୍କୁ ତଣ୍ଡାମୁଣ୍ଡା ଜଙ୍ଗଲକୁ ନେଇ ତଣ୍ଟି କାଟି ହତ୍ୟା କରିଥିଲେ । ପରଦିନ ସକାଳେ ପୁଲିସ ଖବର ପାଇ ମୃତଦେହ କୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଏସପି ଙ୍କ ନିର୍ଦ୍ଧେଶକ୍ରମେ ୫ ଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ବିଭିନ୍ନ ଦିଗ, କୃତିମ ବୁଦ୍ଧିମତା ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣକୁ କେନ୍ଦ୍ର କରି ତଦନ୍ତ କରିବା ପରେ ପୁଲିସ ଅପରାଧୀ ମାନଙ୍କୁ ଧରିବାରେ ସଫଳ ହୋଇଥିବା ଏସପି କହିଥିଲେ । ଏହି ଘଟଣାର ତଦନ୍ତରେ ପ୍ରଥମ କରି କୃତିମ ବୁଦ୍ଧିମତା ବା ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ ର ବ୍ୟବହାର କରାଯାଇଥିବା ଡିଆଇଜି ହିମାଂଶୁ ଲାଲ କହିଥିଲେ ।