ସମ୍ବଲପୁର: ସମଗ୍ର ଶିକ୍ଷାର ସମ୍ମିଳନୀ କକ୍ଷରେ ସିଡିଓ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନ ସାକ୍ଷରତା ଓ ସଂଖ୍ୟା ବିଜ୍ଞାନ, ଏଫ୍.ଏଲ୍. ଏନ୍. ଦକ୍ଷତା, ସାକ୍ଷରତା କିଟ୍, ପ୍ରତି ବ୍ଲକରେ ସ୍ଥାପିତ ଏଫ୍. ଏଲ୍.ଏନ୍.ସ୍କୁଲ୍,ଏଫ୍. ଏଲ୍. ଏନ୍. ତାଲିମ୍, ପ୍ରୟୋଗ୍ ପ୍ରଶିକ୍ଷଣ, ବାଲ ବାଟିକା ଲାବ୍ରୋଟେରି ସୃଷ୍ଟି ଉପରେ କର୍ମଶାଳା, ଏଫ୍.ଏଲ୍.ଏନ୍. ଗ୍ରେଡ୍ ପାଇଁ ଜାଦୁଇ ପିଟାରାର ଶିକ୍ଷଣ-ଶିକ୍ଷକ ସାମଗ୍ରୀ ର ବିକାଶ, ଏଫ୍ଏଲ୍ଏନ୍ ମଡେଲ୍ ସ୍କୁଲ୍ ପାଇଁ ସମ୍ବଳ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା, ଶ୍ରେଣୀଗୃହ ପର୍ଯ୍ୟବେକ୍ଷଣ, ପରାଖ ରାଷ୍ଟ୍ରୀୟ ସର୍ଭେକ୍ଷଣ ୨୦୨୪, ଏଫ୍ଏଲ୍ଏନ୍ ଆସେସମେଣ୍ଟ ଟ୍ରାକର ରେଜିଷ୍ଟର ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଉପରୋକ୍ତ ବୈଠକରେ ସିଡିଏମଓ ଡା ସୁଜାତା ରାଣୀ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁ, ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ, ସିଡିପିଓ ମିନତି ପାଣିଗ୍ରାହୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ମୁଖ୍ଯ ଗୀତାଞ୍ଜଳି ଭୋଇଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।