ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅନ୍ତର୍ଗତ ଆମ୍ବଶାଳ କଲ୍ୟାଣି ମଣ୍ଡପରେ ବିଜେଡି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକର କାରଣ ପ୍ରତ୍ୟେକ ଜୋନ୍ ରେ ଏହି ବିଜେଡି ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ କରାଯାଉଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ର ବିଜେଡ଼ି ର ବିଧାୟକ ସାରଦା ପ୍ରସାଦ ଜେନା, ଏବଂ ପ୍ରତ୍ୟେକ ପଞ୍ଚାୟତ ରୁ ଆସିଥିବା ବିଜେଡି କର୍ମୀ ଓ ସମିତି ସଭ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ମାନେ ଯୋଗଦେଇଥିଲେ। । ଆଗମୀ ଦିନରେ ବିଜେଡି କିଭଳି ସୃଦୃଢ଼ ରହିବା ଆଭିମୁଖ୍ୟ ଥିଲା।