ସୁକିନ୍ଦା ଥାନା ଅନ୍ତର୍ଗତ ଗୋଲଖପୁର ବାସିନ୍ଦା ଜଣେ ମହିଳା ଶନିବାର ରାତିରେ ସୁକିନ୍ଦା ମେଡିକାଲ ପରିସରରେ ଧାରୁଆ ଅସ୍ତ୍ର ଧରି ଉତ୍ତେଜିତ ହୋଇ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ମେଡିକାଲ କର୍ମଚାରୀ ତୁରନ୍ତ ସୁକିନ୍ଦା ଥାନାକୁ ସୂଚନା ଦେଇଥିଲେ । ସୁକିନ୍ଦା ଥାନା କର୍ମଚାରୀ ସୂଚନା ପାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସତର୍କତା ଅବଲମ୍ବନ କରି ମହିଳାଙ୍କ ହାତରୁ ଧାରୁଆ ଅସ୍ତ୍ରକୁ ଛଡେଇ ଆଣିବା ପରେ ଉତ୍ତେଜିତ ମହିଳାଙ୍କୁ କାବୁ କରି ନେଇଥିବା ଦେଖିବାକୁ ମିଳିଛି । ଥାନା କର୍ମଚାରୀଙ୍କ ସାହସିକତା କାର୍ଯ୍ୟ ଯୋଗୁ ବଡ ଅଘଟଣ ଟଳି ଯାଇଛି। ପୋଲିସର ସାହସିକତା କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି ଅଞ୍ଚଳ ବାସି।