ବହୁ ପ୍ରତିକ୍ଷିତ ସାମୁଦ୍ରିକ ବାତ୍ୟା ଦାନା ଗତକାଲି ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁ ଥିବାବେଳେ ତାହାର ପ୍ରଭାବ ବିଭିନ୍ନ ଅଞ୍ଚଳରେ ପଡିଛି। ତେବେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ୍ ରେ ଦାନାର ପ୍ରଭାବ ସେତେ ଭୟାନକ ନଥିବାବେଳେ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଅଦ୍ୟାବଧି ବର୍ଷା ଲାଗିରହିଛି। ତେବେ ଗତକାଲି ବିଳମ୍ବିତ ରାତିରେ ଚୌମୁଖ ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ଉପରେ ନଡିଆଗଛ ପଡିଯିବାରୁ ଜଣେ ଯୁବକ ଆହତ ହେଇଥିବା ବେଳେ ତାଙ୍କୁ ଇଡ୍କୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପବନର ପ୍ରଭାବରେ ଦକ୍ଷିଣ ବାଲିଆପାଳ ଅଞ୍ଚଳରେ ଥିବା ସମୁଦ୍ରକୂଳିଆ ଗ୍ରାମଗୁଡିକରେ ପାନବରଜ ଓ ଧାନଚାଷ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବାତ୍ୟା ର ପ୍ରଭାବ ପରେ ବାଲିଆପାଳ ଅଞ୍ଚଳରେ ହୋଇଥିବା କ୍ଷତିକୁ ନେଇ ଅତିରିକ୍ତ ତହସିଲଦାର ଏବଂ କ୍ଷତିଗ୍ରସ୍ତ ଲୋକେ କ’ଣ ପ୍ରତିକ୍ରିୟା ଦେଉଛନ୍ତି ଆସନ୍ତୁ ଶୁଣିବା।