ତୃତୀୟ ଦିନରେ ମଧ୍ୟ ଯାଇ ନାହାନ୍ତି ଛାତ୍ରଛାତ୍ରୀ ବିଦ୍ୟାଳୟ କୁ ।ଦଶହରା ଛୁଟି ପରେ ତୃତୀୟ ଦିନ ହେଲା କିନ୍ତୁ ନବରଙ୍ଗପୁର ଜିଲ୍ଲାର କେତେକାଂଶ ସ୍କୁଲରେ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳୁଛି । ସମସ୍ତ କ୍ରିୟାନୁଷ୍ଠାନ କମିଟି ଓ ଅଭିବାବକ ମାନେ ମିଶି ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ଯିବାକୁ ବାରଣ କରାଯାଇଥିବା ହେତୁ ପାଠପଢ଼ା ଠପ ହୋଇଛି। ଅନ୍ୟ ଜିଲ୍ଲାର ନବ ନିଯୁକ୍ତ ଶିକ୍ଷକ ମାନଙ୍କୁ ବିରୋଧ କରି ଏହି ଆନ୍ଦୋଳନ କରାଯାଇଛି ବୋଲି କ୍ରିୟାନୁଷ୍ଠାନ କମିଟି ତଥା ଅଭିବାବକ ମାନେ କହିଛନ୍ତି ।ଦଶହରା ଛୁଟି ପରେ ସ୍କୁଲ ଖୋଲା ଯାଇଥିଲା। କିନ୍ତୁ ତିନି ଦିନ ମଧ୍ୟରେ ପ୍ରାୟ ସ୍କୁଲରେ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଶିକ୍ଷକ ଶିକ୍ଷୟତ୍ରୀ ଆସିଛନ୍ତି କିନ୍ତୁ ଛାତ୍ରଛାତ୍ରୀ ମାନେ ଅନୁପସ୍ଥିତ ରହିଛନ୍ତି ଫଳରେ ପାଠପଢା ନ ହୋଇ ଶ୍ରେଣୀଗୃହ ଖାଁ ଖାଁ ହୋଇଛି ।ନବରଙ୍ଗପୁର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଥିବା ବେଳେ ମଧ୍ୟ ଜିଲ୍ଲାର କୌଣସି ପ୍ରକାର ନ୍ୟାୟ ପ୍ରଦାନ କରୁ ନ ଥିବାରୁ ଜିଲ୍ଲା ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଅନ୍ୟପଟେ ସରକାର ଯେତେଦିନ ପର୍ଯ୍ୟନ୍ତ ବିଚାର ନ କରନ୍ତି ସେତେଦିନ ପର୍ଯ୍ୟନ୍ତ ଏମିତି ଛାତ୍ରଛାତ୍ରୀ ସ୍କୁଲ ଯିବେ ନାହଁ ବୋଲି ରୋକଠୋକ ମନା କରିଛନ୍ତି ଅଭିବାବକ ଓ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ।